ବାହାନଗା : ବାହାନଗା ବ୍ଲକ ବାହାନଗା ପୁରୁଣା ବଜାରରେ ବୁଧବାର ଦିନ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ସୂଚନା ମୁତାବକ ବାହାନଗା ପୁରୁଣା ବଜାର ସ୍ଥିତ ଦାମୋଦର ମାଝୀଙ୍କ ପୁଅ ସିଙ୍ଗରାଏ ମୀଝୀ ବୟସ ୨୬ ଆଜି ଅପରାହ୍ନ ୪ଟା ସମୟରେ ଘରର ବିଜୁଳି ଜନିତଅସୁବିଧାକୁ ସୁଧାରିବାକୁ ଯାଇ ବିଦୁୃ୍ୟତ ଆଘାତ ପାଇଥିଲେ । ପରେ ଘରଲୋକେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଯୁବକ ଜଣକ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିଲାବେଳେ ପରିବାର ଲୋକଙ୍କୁ ଏବେ ପୁଅ ମରିବା ଦୁଃଖ ସହ ଗୁଜରାଣ ମେଂଟାଇବା ଚିନ୍ତାଗ୍ରାସ କରିଛି । ଉକ୍ତ ପରିବାରକୁ ସରକାରୀ ସହାୟତା ମିଳିବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Post Views: 65,390