ବିଭିନ୍ନ ସ୍ଥାନରେ ତହସିଲଦାରଙ୍କ ଚଢାଓ,ଟ୍ରକ ଟ୍ରାକ୍ଟର ଜବତ
ଖଇରା : ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା ଖଇରା ତହସିଲ ଅଧୀନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ଟ୍ରକ ଟ୍ରାକ୍ଟର ଜବତ କରିଛନ୍ତି । ଗଣ୍ଡିବେଡ ରାଜସ୍ନ କ୍ଷେତ୍ର ଅଧୀନ ରେ ବେଆଇନ ଭାବେ ମାଟି ଖୋଳାରେ ବ୍ୟବହୃତ ଏକ ଜେସିବି ଓ ଏକ ଟ୍ରାକ୍ଟର ଜବତ କରାଯାଇଛି । ସେହିଭଳି ସୁଣ୍ଢିରାକୁ ଗ୍ରାମକୁ ମେଟାଲ ବୋଝେଇ କରିନେଉଥିବା ଏକ ଟ୍ରାକ୍ଟର ଓ ଅନ୍ୟଏକ ଟ୍ରକକୁ ଜବତ କରାଯାଇଛି ।
