ବଜ୍ରପାତରେ ଯୁବ ଚାଷୀଙ୍କ ମୃତ୍ୟୁ
lightning over the city
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମ ପଞ୍ଚାୟତ ର ଶ୍ରୀରାମପୁର ଗ୍ରାମରେ ଭାସ୍କର ସେଠି ଙ୍କ ପୁଅ ଶିବ ସେଠି ବୟସ ୪୫ ଙ୍କର ଆଜି ସନ୍ଧ୍ୟାରେ ବଜ୍ରପାତରେ ମୃତ୍ୟୁ ଘଟିଛି। ଘଟଣା ରୁ ପ୍ରକାଶ ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ଘଡଘଡି ସହ ବର୍ଷା ହୋଇଥିଲା। ଶ୍ରୀରାମପୁର ଗ୍ରାମରେ ଯୂବ ଚାଷି ଶିବ ସେଠି ବିଲରୁ କାମ ସାରି ଘରକୁ ଫେରିବା ସମୟ ରେ ବଜ୍ରପାତର ଶିକାର ହୋଇଥିଲେ।ଖବର ପାଇଁ ପରିବାର ଲୋକ ପହଞ୍ଚି ଶିବ କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ଶିବ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
