ନାମାଙ୍କନ ଦାଖଲ କଲେ ଯୋଗୀ ଆଦିତ୍ୟନାଥ
ଗୋରଖପୁର: ଉତର ପ୍ରଦେଶର ଗୋରଖପୁର ଆସନରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ତାଙ୍କ ପାଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତମାନେ ମଧ୍ୟ ଯୋଗୀଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାମାଙ୍କନ ଦାଖଲ କରିବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଗୋଟିଏ ବିଶାଳ ଯଜ୍ଞ କରିଥିଲେ । ଏଥିସହ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ସରିବା ପରେ ସେ ସିଧା ଏୟାରପୋର୍ଟରେ ପହଂଚିଥିଲେ । ରାଲିରୁ ଯୋଗୀ ଆଦିତ୍ୟନାଥ ଓ ଅମିତ ଶାହ ନାମାଙ୍କନ ଦାଖଲ କରିବା ପାଇଁ ଯାଇଥିଲେ ।
