ଓମିକ୍ରନକୁ ନେଇ ଦିଲ୍ଲୀରେ ୟେଲୋ ଆଲର୍ଟ !
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ କୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ । ଦିଲ୍ଲୀ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ବୈଠକର ମୂଳ ବିଷୟବସ୍ତୁ ହୋଇପାରେ । ଛଅ ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ସର୍ବାଧିକ ରହିଥିବା ବେଳେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଅଧୀନରେ ପ୍ରତିବନ୍ଧକ ସହିତ ୟେଲୋ ଆଲର୍ଟ ଜାରି ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।
ରାଜଧାନୀ ଦିଲ୍ଲୀରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୋଭିଡ୍ ପଜିଟିଭ ହାର ୦.୫% ରହିଛି । ଜିଆରଏପି ଅନୁଯାୟୀ ଏଭଳି ପରିସ୍ଥିତିରେ ୟେଲୋ ଆଲର୍ଟ ଲାଗୁ ହେବାର ସମ୍ଭାବନା ରହିଛି । ସେହିଭଳି ଦିଲ୍ଲୀର ସ୍କୁଲ ଓ କଲେଜ, ଜିମ୍ ସ୍ପା ପୁଣିଥରେ ବନ୍ଦ ହୋଇପାରେ । ଓମିକ୍ରନ ତଥା କରୋନା କେସ୍ ବଢୁଥିବାରୁ ଆସିପାରେ ନୂଆ ଗାଇଡଲାଇନ।
