ସଦର ବିଜେପି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
- ଛାନୁଆ ପଞ୍ଚାୟତରେ ଅନୁଷ୍ଠିତ ହେଲା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ବାଲେଶ୍ୱର : ଆଜି ହେଉଛି ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ ତଥା ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ସ୍ୱରୂପ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ସକାଳେ ବାଲେଶ୍ୱର ସଦର ବିଜେପି ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତ ଠାରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯାନରେ ପଞ୍ଚାୟତର ଶହ ଶହ ଲୋକ ସାମିଲ ହୋଇଥିଲେ । ସ୍ୱଚ୍ଛତା ହିଁ ସେବା । ବର୍ତ୍ତମାନ ୧ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଚାଲୁରହିଛି । ସ୍ୱଚ୍ଛତା ଅଭିଯାନରେ ନିଜର ଯୋଗଦାନ ଦିଅନ୍ତୁ ଏବଂ ପ୍ରକୃତି ସେବାରେ ନିଜକୁ ନିୟୋଜିତ କରି ଆଗାମୀ ପିଢୀ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଶ୍ରୀ ଦତ୍ତ ଆହ୍ୱାନ କରିବା ସଙ୍ଗେସଙ୍ଗେ ନିଜ ଆଖପାଖ ପରିବେଶକୁ ସଦା ସର୍ବଦା ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅନୁରୋଧ କରିଛନ୍ତି ।
ପରେ କୁରାଢିହା ପଞ୍ଚାୟତ ଅର୍ନ୍ତଗତ ଗୋପବନ୍ଧୁ ଛକ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା । ସେଠାରେ ଉପସ୍ଥିତ ବରିଷ୍ଠ ନେତୃଗଣ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ । ଆଧୁନିକ ଯୁଗର ପଞ୍ଚସଖା ମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କ ଯୋଗଦାନ ସର୍ବଦା ଅତୁଳନୀୟ ହୋଇରହିବ । ତାଙ୍କ ଦ୍ୱାରା ସାକ୍ଷୀଗୋପାଳର ବକୁଳ ବନରେ ଆରମ୍ଭ କରାଯାଇଥିବା ସତ୍ୟବାଦୀ ବିଦ୍ୟାଳୟ ଓଡିଆଙ୍କ ମନରେ ଜାତୀୟତା ଭାବନା ଉଦ୍ରେକ କରିବାରେ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ବିଜୟ ଦାସ, ଯୁବନେତା ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ କାର୍ତ୍ତିକ ପ୍ରଧାନ, ଛାନୁଆ ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ, କୁରାଢିହା ପଞ୍ଚାୟତ ସଭାପତି ସଦାଶିବ ଜେନା, ବରିଷ୍ଠ ନେତା ସୁରେନ୍ଦ୍ର ପାତ୍ର, ରତ୍ନାକର ବେହେରା, ପ୍ରଫୁଲ୍ଲ ନାୟକ, କୁନା ମୁଖୀ, ଇଶ୍ୱର ବାରିକ, ମହେଶ୍ୱର ଦାସ, ଶଶିକାନ୍ତ ମିଶ୍ର, ସନ୍ତୋଷ ଦାସ, ବରେନ୍ଦ୍ର ପ୍ରଧାନ,ଗଙ୍ଗାଧର ସାହୁ, ରାମଚନ୍ଦ୍ର ମହାନ୍ତି, ପୁରୁଷୋତ୍ତମ ଦାସ, ଚନ୍ଦନ ନାୟକ, ଗଜେନ୍ଦ୍ର ମହାଳିକ, ବିକାସ ଦାସ, ଘନଶ୍ୟାମ ମାଝୀ, ଶଙ୍କର୍ଷଣ ଦାସ, ବାଙ୍କ ବିହାରୀ ଦାସ, ବଳରାମ ଜେନା, ପୂର୍ଣ୍ଣଚନ୍ଦ୍ର ବେହେରା, ପବନ କମିଳା, ସତ୍ୟରଞ୍ଜନ ବାରିକ, ରାଜେନ୍ଦ୍ର ବାରିକ, ବିକର୍ତ୍ତନ ଦାସ, ଧୀରଜ ପ୍ରଧାନ, ବବଲୁ ମିଶ୍ର ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


