ବିଲକୁ ଯାଉଥିଲେ ଚାଷୀ : ଖପୁରି ତାଡ଼ି ଦେବା ସହ କ୍ଷତାକ୍ତ କରିଦେଲେ ୨ଟି ଭାଲୁ
ବାଲେଶ୍ୱର : ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଚାଷୀ ବିଲକୁ ଯିବା ବେଳେ ହଠାତ ୨ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଭାଲୁ ୨ଟି ଚାଷୀଙ୍କର ମୁଣ୍ଡର ଖପୁରି ତାଡ଼ି ଦେବା ସହ ବିଭିନ୍ନ ସ୍ଥାନରେ କ୍ଷତାକ୍ତ କରି ଦେଇଥିଲେ । ଚାଷୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହେବ ପରେ ଭାଲୁ ୨ଟି ସେଠାରୁ ପଳାଇଥିଲେ ।
ସୂଚନା ଯେ, ନୀଳଗିରି ବ୍ଲକ ଅନ୍ତର୍ଗତ ରିଂପୁର ଗାଁର କନ୍ଦର୍ପ ସିଂ (୫୫) ରବିବାର ସକାଳ ପ୍ରାୟ ସାଢେ଼ ୬ଟା ସମୟରେ ଶୌଚ ସାରି ବିଲକୁ ଯିବା ପାଇଁ ବାହାରୁ ଥିଲେ। ତେବେ ତାଙ୍କ ବାଡ଼ିରେ ଲୁଚି ଥିବା ୨ଟି ଭାଲୁ ଆକ୍ରମଣ କରିଥିଲେ । ଏନେଇ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଭାଲୁ ଓ ମଣିଷ ଲଢେ଼ଇ ହୋଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହେବାରୁ ଭାଲୁ ଦୁଇଟି ବାଡ଼ି ଭିତରକୁ ପଳାଇ ଥିଲେ।। କନ୍ଦର୍ପକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବାଡ଼ି ଭିତରେ ରହି ଏହି ଭାଲୁଦ୍ବୟ ଭୟଙ୍କର ରଡି ଛାଡୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
