ବାଲେଶ୍ୱରରେ ଗଡ଼ିଲା ମାନସିକ ସଚେତନତା ରଥ
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରବିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ମାନସିକ ସଚେତନତା ରଥକୁ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଉଦଘାଟନୀ ଉତ୍ସବରେ ଜିଲା ଜନସ୍ୱାସ୍ଥ୍ୟ ଯୋଗ ଅଧିକାରୀ ଶ୍ରୀକାନ୍ତ ସେଠୀ, ମାନସିକ ପରିଦର୍ଶକ ରୁଦ୍ର ନାରାୟଣ ଦାସ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ପରିକ୍ରମା କରି ଜନସାଧାରଣଙ୍କୁ ମାନସିକ ରୋଗର ପ୍ରତିକାର ସମ୍ବନ୍ଧରେ ସଚେତନ କରାଇବ । ଏକ ସୁସ୍ଥ ମନ ସବୁଠାରୁ ବଡ ଧନ ଭାବେ ପରିଗଣିତ ହୋଇଥାଏ ଏଣୁ ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଜନସାଧାରଣ ଏ ସମ୍ପର୍କରେ ସଚେତନ ହୋଇ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ଅତିଥିମାନେ କହିଥିଲେ । ସହକାରୀ ଜିଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
