ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ଼ : ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୭୫ ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆଜି ଉଦଘାଟିତ ହୋଇଛି । ଚଳିତ ବର୍ଷ ହୀରକ ଜୟନ୍ତୀ ସମାରୋହ ପାଳନ ଅବସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଅପରାହ୍ନ ୨ଟା ଭବ୍ୟ ଶୋଭାଯାତ୍ରା ଗାନ୍ଧୀ ଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା ।
ଏଥିରେ ୨୦ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରେ ବେଙ୍ଗ ବାଜା, କୁସଙ୍ଗ ଦୁଲ ଦୁଲି, ମୃଣ୍ମୟୀ କଲଚରାଲ ଏକାଡେମୀ, ଭବାନୀପାଟଣା, ରେମତାର ମାଁ ମଙ୍ଗଳା ଘଣ୍ଟ ପାର୍ଟି, ଝରର ଆଦିବାସୀ ନୃତ୍ୟ, ଦଣ୍ଡା ନାଚ, ବିଜେପୁର ଘୁଡକା ନାଚ, ଭେଡେନର ସଂକୀର୍ତ୍ତନ ପାର୍ଟି, କୁମ୍ଭାରୀର ମହିଳା ସଂକୀର୍ତ୍ତନ ପାର୍ଟି, କରମସାନୀ, ପଞ୍ଜାବୀ ଢୋଲ, କଣ୍ଟାମାଳ, ସୁନ୍ଦରଗଡ଼, ରାଜଗାଙ୍ଗପୁର, ପ୍ରଭା ନୃତ୍ୟ, ପୁରୀ, ଡୁଙ୍ଗୁରିପାଲିର ଦଳ ଗୁଡିକ ତାଙ୍କ ନୃତ୍ୟ ସଙ୍ଗୀତ ଶୋଭାଯାତ୍ରାରେ ପରିବେଷଣ କରିଥିଲେ ।
