ଦେଓଗାଁରେ ମହିଳାଙ୍କ ଦ୍ବାରା କୃଷି ଯନ୍ତ୍ର ପାତି ବିକ୍ରୟ କେନ୍ଦ୍ର ଆରମ୍ଭ
ଦେଓଗାଁ : ବଲାଙ୍ଗିର ଜିଲା ଦେଓଗାଁ ଜାତୀୟ ରାଜପଥ କଡ଼ରେ ଫାର୍ମିଂ ଆଣ୍ଡ ନନ୍ର୍ଫାମିଂ ପ୍ରଡ୍ୟୁସର କମ୍ପାନୀ ସହାୟତାରେ ଏଗ୍ରିମହଲ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ଯୁଗ୍ମ ନିର୍ବାହୀ ଅଧିକାରୀ ଓରମାସ କମଲେନ୍ଦୁ ପଲ, ଦେଓଗାଁ ବିଡ଼ିଓ ଦାୟିତ୍ବରେ ଥିବା ବଲାଙ୍ଗିର ଏବିଡ଼ିଓ ରାମଦତ୍ତ ଭୋଇ, ଦେଓଗାଁ ସରପଞ୍ଚ ନିନା ଛତ୍ରିଆ, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଜୀବନଜୀବିକା ମିଶନ ପ୍ରଦୀପ ଛତ୍ରିଆ, ମିଶନ ଶକ୍ତି ବିଭାଗର କୁମାରୀ ଅନୁପ୍ରିୟା ପଳ, ମୁଖ୍ୟ ନିର୍ବାହୀ ଅଧିକାରୀ ବିଏଫ୍ଏନ୍ଏଫ୍ ପି ସି ପ୍ରତିଜ୍ଞା ଉତ୍କଳିକା ଦାଶ ପ୍ରମୁଖ ଯୋଗଦେଇଥିଲେ।
ଉଦ୍ଘାଟନି ହୋଇଥିବା ଏହି ଏଗ୍ରିମଲରେ ଚାଷୀମାନଙ୍କ ପାଇଁ ସମସ୍ତ ପ୍ରକାର ବିହନ, ସାର, କୀଟ ନାଶକ, ଜୀବ ସାର, ଜୈବିକ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ସରକାରୀ ମୂଲ୍ୟରେ ବିକ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମକୁ ଜୀବନଜୀବିକା ମିଶନ କର୍ମଚାରୀମାନଙ୍କ ସହ ଏମ୍ବିକେ, ସିଆର୍ପିସିଏମ୍ ସହଯୋଗ କରିଥିଲେ।
