ସାପ କାମୁଡ଼ାରେ ମହିଳା ମୃତ
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ଗ୍ରାମପଞ୍ଚାୟତ ଜାମକୁଣ୍ଡା ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ଧର୍ମପତ୍ନୀ ପ୍ରତିମା (୬୭)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି । ଶ୍ରୀମତୀ ଜେନା ମଙ୍ଗଳବାର ଅପରାହ୍ନ ୩ ଟା ସମୟରେ ଛେଳି ଗୁହାଳ କାନ୍ଥରେ ଛଞ୍ଚ ଦେବା ପାଇଁ ଲେପ ମାରୁଥିବା ସମୟରେ ଏକ ବିଷାକ୍ତ ନାଗ ସାପ କାମୁଡ଼ି ଦେଇଥିଲା । ଘର ଲୋକମାନେ ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ୰ ଜେନାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସ ଦାବୀ କରିଛନ୍ତି ।
