ସପ୍ତମ ବେତନ କମିଶନ ଲାଗୁ, ଉପକୃତ ହେବେ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ
ଭୁବନେଶ୍ୱର : ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ । ଉପକୃତ ହେବେ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି । ଅନୁଦାନପ୍ରାପ୍ତ ଘରୋଇ କଲେଜର ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୧୫,୬୬୪ ଜଣ କଲେଜ ଶିକ୍ଷକ ଓ ଅଣଶିକ୍ଷକ ଏଥିରେ ଉପରକୃତ ହେବେ । ଏଥିପାଇଁ ୧୨୬କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ।
ଏହାଛଡା କ୍ୟାବିନେଟ ବୈଠକରେ ୯ଟି ନିଷ୍ପତ୍ତି ଉପରେ ମୋହର ବାଜିଛି । ୫ ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବା ସହ ସେହି ବସ୍ତିର ଉନ୍ନତି କରାଯିବ । ଏହାଦ୍ୱାରା ୯୩୮ଟି ବସ୍ତିର ଲୋକେ ଉପକୃତ ହେବେ । ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ । ପୂର୍ବରୁ ୧୦୯ଟି ମୁନିସିପାଲଟି ଓ ଏନଏସିର ୧ ଲକ୍ଷ ୭୫ ହଜାର ପରିବାର ଉପକୃତ ହୋଇସାରିଛନ୍ତି ।
