ସରିଲା ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ୱର : ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହା ଚଳିତ ବର୍ଷର ଶେଷ କ୍ୟାବିନେଟ ବୈଠକ ଥିଲା । ଏଥିରେ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ସେଥିମଧ୍ୟରେ ୫ ମହାନଗର ପାଇଁ କ୍ୟାବିନେଟ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ସରକାର ଜାଗା ଯୋଗାଇବେ। ୯୩୮ଟି ବସ୍ତିର ୧ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୨ ଟା ସମୟରେ ଲୋକସଭା ଭବନରେ ଭିଡିଓ କଂନଫରେନ୍ସି ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଏହି ବୈଠକରେ ନିଜ ଜିଲାରେ ଥିବା ମନ୍ତ୍ରୀ ମାନେ ଜିଲାପାଳ ଅଫିରୁ ଯୋଗ ଦେବେ ।
