ଗଞ୍ଜେଇ ଚାଲାଣ ବେଳେ ଚଢ଼ଉ, ୫ ଗିରଫ
ଜୟପୁର : ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସଦର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଟାଙ୍କୁଆ ଫରେଷ୍ଟ ଗେଟ ନିକଟରେ ସ୍କୁଟି ଓ କାର ଠିଆ ହୋଇଥିଲା । ପୋଲିସ ସନ୍ଦେହରେ ୨ଟି ଗାଡି ଯାଂଚ୍ କରିଥିଲା । ୨ଟି ଗାଡିରୁ ୬୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଲମତାପୁଟରୁ ଆଣି ଜୟପୁର ଅଭିମୁଖେ ଆସୁଥିବା ବେଳେ ପୋଲିସ ଚଢଉ କରିଥିଲା । କାରରେ ୩ ଜଣ ବସିଥିବା ବେଳେ ସ୍କୁଟିରେ ୨ଜଣ ଥିଲେ ।
ଗିରଫ ୫ ଅଭିଯୁକ୍ତ ହେଲେ ନରସିଂହ ମାଟାନ (୨୩), ଭାଷ୍କର କୁଇଲାଙ୍ଗ (୨୧), ମହେଶ୍ୱର ମନ୍ତ୍ରୀ (୨୫), ସୁଭମ ପଟ୍ଟନାୟକ (୧୯), ଜେ. ଦିପକ କୁମାର (୨୧) । ଗିରଫ ଅଭିଯୁକ୍ତଙ୍କ ଠାରୁ ଆଧାର କାର୍ଡ, ଏଟିଏମ କାର୍ଡ, ୨୧ ହଜାର ୧ ଶହ ୨୦ ଟଙ୍କା ଜବତ ହୋଇଛି । ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
