ଆଦିପୁରୁଷର ଟିଜରକୁ ଟ୍ରୋଲ କଲେ ୟୁଜର୍ସ, ଭିଏଫଏକ୍ସ ପାଇଁ କହିଲେ କିଛି ଏମିତି
ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସ । ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ଅକ୍ଟୋବର ୨ରେ ପ୍ରଭାସଙ୍କ ଆଗାମୀ ଫିଲ୍ମର ଆଦିପୁରୁଷର ଟିଜର ରିଲିଜ ହୋଇଛି । ଯାହାକୁ ଦିର୍ଘ ଦିନ ଧରି ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ। ହେଲେ ଟିଜର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଫିକା ପଡି ଯାଇଛି । ଏହାର କାରଣ ହେଉଛି ଫିଲ୍ମରେ ବ୍ୟବହୃତ ହୋଇଥିବା ଖରାପ ଭିଏଫଏକ୍ସ। ଆଦିପୁରୁଷର ଟିଜର ପାଇଁ ୟୁଜର୍ସମାନେ ଏବେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ୟୁଜର୍ସମାନେ ଭିଏଫଏକ୍ସ ଦେଖିବା ମାତ୍ରେ ଟିଜରକୁ ଟ୍ରୋଲ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ ଶୀଘ୍ର ଏହି ଭୁଲକୁ ଠିକ୍ କରିବା ଉଚିତ୍। ଅନେକ ୟୁଜର୍ସ ଏହି ଟିଜରର ଭିଏଫଏକ୍ସକୁ ପରିହାସ କରିଛନ୍ତି ।
କେହି କେହି ଥଟ୍ଟା କରି କହିଛନ୍ତି କାର୍ଟୁନ୍ ନେଟୱାର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲ ଗୁଡିକ ଏହି କାର୍ଟୁନ୍ ପରି ଲାଗୁଛି। ଏହା ବ୍ୟତୀତ #ଆଦିପୁରୁଷ # ଡିସାପଏଣ୍ଟ, # କାର୍ଟୁନ୍ # ଭଳି ହ୍ୟାସ ଟ୍ୟାଗ ଗୁଡ଼ିକ ଟ୍ରେଣ୍ଡ କରୁଛି। ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣର ପୌରାଣିକ କାହାଣୀ ଉପରେ ନିର୍ମାଣ କରିଛନ୍ତି। ଖବର ଅନୁଯାୟୀ, ଜାପାନର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ରର ଧାରଣା ତାଙ୍କ ନିକଟକୁ ଆସିଥିଲା। କୋଭିଡ -୧୯ର ଲକଡାଉନ୍ ସମୟରେ ସେ ‘ଆଦିପୁରୁଷ’ର କାହାଣୀ ଲେଖିଥିଲେ । ଭିଏଫଏକ୍ସ କାର୍ଯ୍ୟରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି।
ଆଦିପୁରୁଷ ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ। ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ। ଅଭିନେତ୍ରୀ କିର୍ତ୍ତୀ ସାନନ୍ ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ ଓ ସନ୍ନି ସିଂ ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି। ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ବାହୁବଳୀ ୧ ଓ ପାର୍ଟ ଟୁ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲେ ସୁଧା ସାହୁ, ରାଧେଶ୍ୟାମ ଓ ରେବେଲ ଫ୍ଲପ୍ ହୋଇଛି । ଯାହା ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି। ତେବେ ଫିଲ୍ମ ଆଦିପୁରୁଷ ବକ୍ସ ଅଫିସରେ କେତେ ହିଟ୍ ହେବ ତାହା ଦର୍ଶକଙ୍କ ରେସପନ୍ସ ହିଁ କହିବ ।
