ବଲିଉଡରେ ଏଣ୍ଟ୍ରି କରିବେ ଆର୍ଯ୍ୟନ୍! ବ୍ରହ୍ମାସ୍ତ୍ର ପାର୍ଟ-୨ରେ ଆସିବେ ନଜର
ମୁମ୍ବାଇ : ବିଟାଉନରେ ବଡ ଚର୍ଚ୍ଚା। ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ବଲିଉଡରେ କରିବେ ଏଣ୍ଟ୍ରି ! ଏ ଖବରଟି କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନି । ହେଲେ ଆର୍ଯ୍ୟାନ୍ ଖାନ୍ ଙ୍କ ଏଭଳି କିଛି ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଯେଉଁଥିରେ ଶାହାରୁଖ୍ଙ୍କ ପୁଅ ବ୍ରହ୍ମାସ୍ତ୍ର ପାର୍ଟ-୨ର ପୋଷ୍ଟରରେ ବାନାରସ୍ତ୍ର ରୂପରେ ନଜର ଆସିଛନ୍ତି। ଆର୍ଯ୍ୟନଙ୍କ ଏହି ରୂପ ଦେଖି ଫ୍ୟାନ୍ସ ମାନେ ଖୁସି ହୋଇଯାଇଥିଲେ । ତେବେ, ଏଠାରେ ପ୍ରଶ୍ନ ଉଠୁଛି କି ଏହି ପୋଷ୍ଟର ଅଲସି ନା ନକଲି । କହିବାକୁ ଗଲେ ଏହି ପୋଷ୍ଟର ଆର୍ଯ୍ୟନଙ୍କ ଫ୍ୟାନ୍ସ ପ୍ରସ୍ତୁତ କରିଛନ୍ତି। ଫ୍ୟାନ୍ସ କହିଛନ୍ତି କି ଯଦି ଶାହାରୁଖଙ୍କ ପରେ କାହାକୁ ବାନରଅସ୍ତ୍ରରେ ଦେଖିବାକୁ ଚାହୁଁଛନ୍ତି । ତାହାଲେ ସେ ଶାହାରୁଖଙ୍କ ଛୋଟ ନବାବ୍ ଆର୍ଯ୍ୟନଙ୍କୁ। କାହିଁକି ନା ଶାହାରୁଖ୍ କେବଳ ୨୦ ମିନିଟ୍ କ୍ୟାମିଓ ରୋଲ ପାଇଁ ପପୁଲାର ହୋଇଯାଇଥିଲେ। ଏବେ ସେ ଶାହାରୁଖଙ୍କ ସ୍ଥାନରେ ଆର୍ଯ୍ୟନ୍ଙ୍କୁ ଦେଖିବାକୁ ଚାହୁଁଛନ୍ତି। ବ୍ରହ୍ମାସ୍ତ୍ର ପାର୍ଟ ୧ ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ଭଲ ରୋଜଗାର ମଧ୍ୟ କରିଥିଲା । ଫ୍ୟାନ୍ସଙ୍କୁ ମଧ୍ୟ କାଫି ପସନ୍ଦ କରିଥିଲା ।
ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ମୌନି ରାୟ, ନାଗାର୍ଜୁନ ଆଖିନେନି, ଶାହାରୁକ ଖାନ୍, ସୌରଭ ଗୁରଜର ଓ ଦିବ୍ୟେନ୍ଦୁ ଅଭିନୟ କରିଛନ୍ତି । ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି। ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର, ଅପୂର୍ବ ମେହେଟ୍ଟା, ନମିତ ମଲହୋତ୍ରା, ରଣବୀର କପୁର, ମର୍ଜିକ ଡିସୋଜା ଓ ଆୟନ ମୁଖେର୍ଜି। ଫିଲ୍ମର ବଜେଟ ରହିଛି ୪୧୦ କୋଟି।
ଚଳିତ ବର୍ଷ ବଲିଉଡରେ ଗାଙ୍ଗୁବାଇ କାଥିଆୱାଡି, ଭୁଲଭୁଲେୟା୨, ଦ’ କାଶ୍ମୀର ଫାଇଲକୁ ଛାଡି ଦେଲେ ଅନ୍ୟ କୌଣସି ମୁଭି ବକ୍ସ ଅଫିସରେ ଆଶାତିତ ସଫଳତା ଦେଇ ନାହିଁ। ତେବେ ଏ ଫିଲ୍ମଟି ବୁଲଗେରିଆ, ଲଣ୍ଡନ, ନ୍ୟୁୟର୍କ, ଏଡିନବର୍ଗ, ଥାଇଲ୍ୟାଣ୍ଡ, ମନାଲି, ମୁମ୍ବାଇ ଏବଂ ବାରାଣାସୀରେ ସୁଟିଂ ହୋଇଛି। କୋଭିଡ ମହାମାରୀ ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ ବିଳମ୍ବ ହୋଇଥିଲା। ଜୁଲାଇ ୨୦୧୪ ରେ ବ୍ରହ୍ମାସ୍ତ୍ର ଫିଲ୍ମଟି ଘୋଷଣା କରାଯାଇଥିଲା । ବହ୍ମାସ୍ତ୍ର ଫିଲ୍ମର ଫଟୋଗ୍ରାଫି ଫେବୃଆରୀ ୨୦୧୮ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଚାଲିଥିଲା। କୋଭିଡ ମହାମାରୀ ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ ବିଳମ୍ବ ହୋଇଥିଲା। ଶେଷରେ ୨୦୨୨,ସେପ୍ଚେମ୍ବର ୯ରେ ମୁକ୍ତି ଲାଭ କରିଛି ଏ ଫିଲ୍ମ ।
