ଘରକୁ ଫେରିଲେ ଖାଇବୁ ଗୁଳି! ନିଜ ଦେଶକୁ ଫେରିବାକୁ ଭୟ କରୁଛନ୍ତି ଋଷ ସୈନ୍ୟ
ନୂଆଦିଲ୍ଲୀ : ଘରକୁ ଫେରିଲେ ଖାଇବୁ ଗୁଳି । ନିଜ ଦେଶକୁ ଫେରିବାକୁ ଭୟ କରୁଛନ୍ତି ଋଷ ସୈନ୍ୟ । ୟୁକ୍ରେନରେ ପ୍ରବେଶ କରିଥିବା ଋଷର ସୈନିକଙ୍କ ରାସ୍ତା ଏତେ କଠିନ ହେବ ବୋଲି ପୁଟିନ କଳ୍ପନା କରିନଥିଲେ । ଋଷ ସୈନ୍ୟ ମଧ୍ୟ ଏହି ଯୁଦ୍ଧର ପରିଣାମ ନେଇ ଚିନ୍ତାରେ । ନିଜ ପ୍ରାଣ ନେଇ ଘରକୁ ଫେରିବାବି ତାଙ୍କ ପାଇଁ ଆଉ ସମ୍ଭବ ନୁହଁ । ୟୁକ୍ରେନରୁ ଗଲେ ଋଷରେ ଆମ କୋକେଇ ସଜା ହୋଇ ରହିଛି । ସେଥିପାଇଁ ତାଙ୍କ ପାଖେ ଯୁଦ୍ଧ ଛଡା କିଛି ରାସ୍ତା ନାହିଁ । ଋଷର ରାଷ୍ଟ୍ରପତି ସୃଷ୍ଟି କରିଛନ୍ତି ଏଭଳି ଭୟ । ଭୟଙ୍କର ସଙ୍ଘର୍ଷ ଏବଂ ବର୍ବର ଆକ୍ରମଣ ପରେ ମଧ୍ୟ ଆଜି ବି କିଭ୍ ଜେଲେନସ୍କିଙ୍କ ଅଧିନରେ ।
ଏହି ଯୁଦ୍ଧର ଶେଷ କ’ଣ ତାହା କେହି ବି ଜାଣି ନାହାନ୍ତି । ଯୁଦ୍ଧ ମଧ୍ୟରେ ଅନେକ ଋଷୀୟ ସୈନ୍ୟଙ୍କୁ ୟୁକ୍ରେନରେ ବନ୍ଦୀ କରି ରଖାଯାଇଛି । ଯାହାର ଭିଡିଓ ୟୁକ୍ରେନ ସରକାର ସୋସିଆଲ ମିଡିଆରେ ଛାଡି କହିଥିଲେ ଯେ ଆମେ କାହାର ନୁହଁ । ଆମେ ଆମ ଦେଶ ପାଇଁ ଲଢିବୁ । ଭିଡିଓରେ ଦେଖାଯାଇଥିଲା ଯେ ୟୁକ୍ରେନ ସୈନ୍ୟ ନିର୍ଦ୍ଦୟ ନୁହଁ । କାହିଁକି ନା ଭିଡିଓରେ ଋଷ ସୈନ୍ୟଙ୍କୁ ଖାଇବା ଦେବା ସହ ପରିବାର ସହ କଥା କରାଇବା ନେଇ ଚାଲିଥିଲା ଚର୍ଚ୍ଚା । ଯେଉଁଥିରେ ଭାବ ପ୍ରବଣ ହୋଇଥିଲେ ଋଷ ସୈନ୍ୟ । ବର୍ତ୍ତମାନ ସେହି ବନ୍ଦୀ ସୈନ୍ୟ ଘରକୁ ଯିବା ନେଇ ଡରୁଛନ୍ତି । ସେମାନେ କହିଛନ୍ତି ଯଦି ସେମାନେ ଘରକୁ ଫେରନ୍ତି ତେବେ ସେମାନଙ୍କର ହତ୍ୟା କରାଯିବ । ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା କଏଦ ହୋଇଥିବା ଋଷୀୟ ସୈନିକମାନେ ଏହି କଥା କହିଛନ୍ତି । ତେବେ ପରେ କିଭର ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ୱତୀୟ ମୋଟର ରାଇଫଲ ଡିଭିଜନର ଜଣେ ସୈନିକ କହିଛନ୍ତି ଯଦି ଋଷର ସୈନ୍ୟ ଯୁଦ୍ଧ ସରିବା ପୂର୍ବରୁ ଘରକୁ ଫେରନ୍ତି ତେବେ ସେଠାରେ ତାଙ୍କର ହତ୍ୟା କରାଯିବ ବୋଲି ସେମାନଙ୍କର ଭୟ ରହୁଛି । ଋଷ ସୈନ୍ୟ ମଧ୍ୟ କହିଛନ୍ତି ଆମେ ମୃତ ବୋଲି ଭାବି ସାରିଛୁ ।
