ନୂତନ ଭଂଜପୁର ଥାନାର ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା : ସ୍ଥାନୀୟ ପୋଲିସ ପେରେଡ ପଡିଆରେ ନୂତନ ଭାବେ ପ୍ରତିଷ୍ଠିତ ଥାନାର ପ୍ରଥମ ଭାରପ୍ରାପ୍ତ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କୁ ଆଜି ମକର ସଂକ୍ରାନ୍ତିରେ ବାରିପଦାର ପଶୁ, ପକ୍ଷୀ ଓ ପ୍ରକୃତି ପ୍ରେମୀ ପରିବାରର ସଦସ୍ୟ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଓ ଐତିହାସିକ ସ୍ଥଳ ଭଂଜପୁରରେ ସରକାରଙ୍କ ତରଫରୁ ଏଭଳି ଏକ ଥାନା ପ୍ରତିଷ୍ଠା କରାଯାଇଥିବାରୁ ଅଂଚଳବାସୀ ବେଶ ଉତ୍ସାହିତ ଅଛନ୍ତି ଓ ଏହି ଅବସରରେ ବାରିପଦା ପଶୁ ପକ୍ଷୀ ପରିବାରର ସଦସ୍ୟ ଡ଼. ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ସୁଶାନ୍ତ ପଟ୍ଟନାୟକ ଓ ଆଲୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
