ବାରିପଦାରେ ୟୂଫୋରିଆ- ୨୦୨୩ ଉଦଯାପିତ ସମ୍ବିତ ବିଶ୍ୱକେରତନଙ୍କୁ ମିଷ୍ଟର ୟୁଫୋରିଆ, ସିମରନ ଦାସଙ୍କୁ ମିଶ ୟୁଫୋରିଆ ମୁକୁଟ
ବାରିପଦା : ଜାନୁତୟାରୀ ୧୦ ତାରିଖରୁ ଚାଲିଥିବା ୨୪ ତମ ରାଜ୍ୟ ସ୍ତରୀୟ ଆନ୍ତ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ୟୁଫୋରିଆ -୨୦୨୩ ବାରିପଦା ଶହୀଦସ୍ମୃତି ଭବନ ଠାରେ ରଂଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଅସୀତ କୁମାର ଗିରି ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବରେ ସମାଜସେବୀ ଯୁବ ପ୍ରତିଭା ଉପାସନା ମହାପାତ୍ର, ଚଳଚିତ୍ର ପ୍ରଜୋଜନ ତଥା ନିର୍ଦ୍ଦେଶକ ସଂଜୀବ ଦିୱେଦୀ, ପ୍ରଯୋଜକ ଶୁଭେନ୍ଦୁ ସାହୁ, ଉମେଶ ପଟ୍ଟନାୟକ, ଓଡିଆ ସିନେ ଜଗତର ଚକୋଲେଟ ବୟ ସ୍ୱରାଜ ବାରିକ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହିତ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ ଏବଂ ବିକାଶ ପାଇଁ ଦୀର୍ଘ ୨୪ବର୍ଷ ଧରି ନିୟମିତ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ୟୁଫୋରିଆର ପ୍ରତିଯୋଗୀ ମାନଙ୍କୁ ଏବଂ କର୍ମକର୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଚଳିତ ୟୁଫରିଆରେ ରାଜ୍ୟର ୨୬ ଟି କଲେଜରୁ ୩୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ଉତମ ପ୍ରଦର୍ଶନ କରିଥିବାରୁ ସମ୍ପାଦକ ସତ୍ୟସ୍ୱରୁପ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଚଳିତ ଥର ମିଷ୍ଟର ୟୁଫୋରିଆ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସମ୍ବିତ ବିଶ୍ୱକେରତନ ହୋଇଥିବା ବେଳେ, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସିମରନ ଦାସ ମିଶ ୟୁଫୋରିଆ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିବା ବେଳେ ମିଷ୍ଟର ୟୁଫୋରିଆର ପ୍ରଥମ ରନର୍ସଅପ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସମ୍ବିତ ପଣ୍ଡା, ୨ୟ ରନର୍ସଅପ ଏମପିସି କଲେଜ ବାରିପଦାର ବିଶ୍ୱ ଭୁଷଣ ଗିରି ଏବଂ ମିଶ ୟୁଫୋରିଆର ପ୍ରଥମ ରନର୍ସଅପ ରାଉରକେଲା ଅଟୋନମାସ କଲେଜର ଲୋକିତା ଚନ୍ଦ୍ରା, ୨ୟ ରନର୍ସଅପ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଇଷିତା ସାହୁ ସୁ ନିର୍ବାଚିତ ହୋଇଥିବାର ଜଣାଯାଇଛି । ସେହିପରି ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବରେ ବାରିପଦାର ସାଇ ହାୟାର ସେକେଣ୍ଡାରୀ ସ୍କୁଲ ଏବଂ ଶ୍ରୀମା ମହିଳା ମହାବିଦ୍ୟାଳୟ କୁ ପୁରସ୍କୃତ କରାଯାଇଛି । ଅନୁଷ୍ଠାନର ବରିଷ୍ଠ ସଦଶ୍ୟ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ଦାସ ଶୁଭଲକ୍ଷ୍ମୀ ଦାସ, ନାଭ୍ୟା ଜାଇତିଙ୍କ ଗୀତ ସହିତ ଚଳଚିତ୍ର ନାୟକ ସ୍ୱାରାଜଙ୍କ ନୃତ୍ୟ ବେଶ ମନମୁଗ୍ଧକର ହୋଇଥିଲା । ଅନୁଷ୍ଠାନର ସମସ୍ତ ସଦଶ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ, ସଭାପତି ତାପସ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।
