ରାଷ୍ଟ୍ରପତି ଭବନରୁ ଫେରିଥିବା ପଦଯାତ୍ରୀ ଦଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା : ମୟୂରଭଂଜ କୁ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି ନେଇ ବାରିପଦାରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରା କୁ ମାସା ଆର୍ମୀର ସଭାପତି ସୁକୁଲାଲ ମାରାଣ୍ଡି ଏବଂ ତାଙ୍କ ସାଥି ମାନେ ସଫଳତାର ସହିତ ସମ୍ପନ୍ନ କରି ଦିଲ୍ଲୀରୁ ବାରିପଦାକୁ ଫେରିଥିବା ବେଳେ, ଅଭିଯାତ୍ରୀ ଦଳଙ୍କୁ ଆଜି ମାସାଆର୍ମୀ ସମେତ ମୟୂରଭଂଜ ସୁରକ୍ଷା ସେନା,ମୟୂରଭଂଜ ପରିବାର, ସାର୍ନା ସେନା ଓ ବିଭନ୍ନ ସଂଗଠନ ପକ୍ଷରୁ ମୁର୍ଗାବାଡ଼ି ଗୋଲେଇ ଠାରେ ଆଦିବାସୀ ପାରମ୍ପାରିକ ରିତି ନିତି ରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଦିବାସୀ ନାଚ ଗୀତ ଦ୍ୱାରା ସେମାନଙ୍କୁ ଭଂଜପୁର ଠାରେ ଥିବା ସୁନାରାମ ସରେନ ପ୍ରତିମୁର୍ତି ସ୍ଥଳକୁ ରାଲି ଯୋଗେ ଅଣାଯାଇଥିଲା ଓ ସୁନାରାମ ସରେନଙ୍କ ପ୍ରତିମୁର୍ତିରେ ପଦଯାତ୍ରୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ । ପଦଯାତ୍ରା ରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ବାସ୍କେ, ଟିକା ବାଦଲ ମାରାଣ୍ଡି, କରୁଣାକର ସରେନ, ସାଉନା ମୁର୍ମୁ ପ୍ରମୁଖ ସାମିଲ ଥିଲେ I
