ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ କୁଇଜ ପ୍ରତିଯୋଗିତା
ବାରିପଦା : ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ କୁଇଜ ପ୍ରତିଯୋଗିତା କଂଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତାଭ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କୁଇଜ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ର ଜିତ ସିଂ, ବାସୁଦେବ ନାଏକ, ଶ୍ରେଷ୍ଠ ବିବେଚିତା ଛାତ୍ରୀ ଅର୍ପିତା ବେହେରା ଓ ଅମ୍ବିକା ହାବୋଡାଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବାରିପଦା ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ସରୋଜ ନାୟକ, ମୁଖ୍ୟବକ୍ତା ଭାବେ ପଶ୍ଚିମବଙ୍ଗ ହୁଗୁଳି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟାପକ ଡ଼ଃ ମନତୋଷ ପତି, ସମ୍ମାନିତ ଅତିଥି ଭାବେ ଝାରପୋଖରିଆ ସ୍ଥିତ ସରକାରୀ ୟୁଜି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମ୍ଭକାର ପ୍ରମୁଖ ଯୋଗଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବିଜ୍ଞାନଭିତିକ ଚିନ୍ତାଧାରାରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ବିଜ୍ଞାନ ଶିକ୍ଷକ ଆଶିଷ ରଂଜନ ବାସୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
