ବାରିପଦା : ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ପ୍ରତିଷ୍ଠିତ ଜିଲ୍ଲା ଅନ୍ତର୍ନିବେଶୀ ସାଧନ କେନ୍ଦ୍ରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ଅରବିନ୍ଦ ପଟ୍ଟନାୟକ ବୁଲି ଦେଖିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବାସୁଦେବ ଆଚାର୍ୟ୍ୟ, ସିଭିଲ କୋର୍ଟର ରେଜିଷ୍ଟାର ଶ୍ରୀଯୁକ୍ତ ଆଶିଷ କୁମାର ପରିଚ୍ଛା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଶିବାନୀ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ ନବ କିଶୋର ଗିରି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଭାତୀ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବ୍ରଜ ମୋହନ ମୁର୍ମୁ ବୁଲି ଦେଖିଥିଲେ। ଉପସ୍ଥିତ ଅତିଥି ମାନଙ୍କୁ ଜିଲ୍ଲା ଭିନ୍ନକ୍ଷମ ତଥା ଗଣମାଧ୍ୟମ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ଉକ୍ତ ସାଧନ କେନ୍ଦ୍ରର ଉଦେଶ୍ୟ ବିଷୟରେ ଅବଗତ କରାଇ କହିଥିଲେ ଯେ ଜିଲ୍ଲାରେ ଥିବା ଭିନ୍ନକ୍ଷମ ପିଲାମାନେ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବା ସହ ଉଦିଷ୍ଟ ସୁବିଧା ସୁଯୋଗ ସୃଷ୍ଟି କରିବା , ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ,ଭିନ୍ନକ୍ଷମ ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାର ଥେରାପି ଦେବା ସହ ଅଭିଭାବକ ମାନଙ୍କୁ ପରାମର୍ଶ ଦିଆଯାଇଥାଏ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ “ବ୍ଲକ ସ୍ତରୀୟ ଅନ୍ତର୍ନିବେଶୀ ସାଧନ କେନ୍ଦ୍ର” ଉଦ୍ଘାଟିତ୍ ହୋଇଯାଇଛି ।
Post Views: 66,134