୩ଦିନିଆ ମାଗଣା ନୃତ୍ୟଶିବିର ଉଦଘାଟିତ କଳା ସଂସ୍କୃତି ସମାଜରେ ଭାଇଚାରାର ପରମ୍ପରାକୁ ମଜଭୁତ କରିଥାଏ
ବାରିପଦା : ଆଜି ବାରିପଦା ତକତପୁର ଠାରେ ଏକ ୩ଦିନିଆ ମାଗଣା ନୃତ୍ୟ ପ୍ରଶିକ୍ଷଣ ଶିବିର ବିଗେଷ୍ଟ ଡ୍ୟାନ୍ସ କ୍ୟାମ୍ପ ଉଦଘାଟିତ ହୋଇ ଯାଇଛି । ବିସିଷ୍ଟ ସଂସ୍କୃତିପ୍ରେମୀ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ମୟୂରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଭାରତୀ ହାଁସଦା ମୁଖ୍ୟ ଅତିଥି, ସିନିୟର ସିଭିଲ ଜଜ୍ ତ ଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମିସ ଶିବାନୀ ବିଶିଷ୍ଟ ଅତିଥି , ବିଶିଷ୍ଟ ସମାଜସେବୀ ଗିରିଶ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ଜୀଉ, ସୌମ୍ୟରଂଜନ ପଟ୍ଟନାୟକ, ଦୋଳଗୋବିନ୍ଦ ବାରିକ, କାଉନସିଲର ଶିବ ପାତ୍ର, ସାମାଜିକ କର୍ମୀ ଦେବାଶିଷ ଦାସ, ରବିନାରାୟଣ ସିଂବାବୁ, ସୁନୀତା ସିଂହଦେଓ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିବା ସହିତ କଳା ସଂସ୍କୃତି ହିଁ ସମାଜରେ ଭାଇଚାରାର ପରମ୍ପରାକୁ ଅଧିକ ମଜଭୁତ କରିଥାଏ ବୋଲି ଅତିଥି ମାନେ କହିଥିଲେ । ସାମ୍ବାଦିକ ଦୀପକ କୁମାର ନାୟକ ମଂଚ ପରିଚାଳନା କରିଥିବା ବେଳେ, ଶିବିରରେ ଅଂଶଗ୍ରହଣ କରିଥିବା ୧୫୦ ରୁ ଉର୍ଦ୍ଧ ପ୍ରତିଭାବାନ କୁନି ନୃତ୍ୟନୃତ୍ୟଶିଳ୍ପୀ ମାନଙ୍କୁ ଜାତୀୟ ସ୍ତର ପ୍ରତିଯୋଗୀତା ଏବଂ ରିଏଲିଟି ସୋରେ କୃତିତ୍ୱ ହାସଲ କରିଥିବା ରାୟପୁରରୁ ମିତେଶ ରୟ, ଅରୁଣାଚଳ ପ୍ରଦେଶରୁ ନାଙ୍ଗକୁ ଚିନ୍ତେୟ, ଗୌହାଟିରୁ ଫାରୁକ ଅହମଦ ଖାନ ଏବଂ ରନାଲ ଅହମ୍ମଦ, ସିଲିଗୁଡିର କେସାଭି ଛତ୍ରୀ ମୋଟ ୫ଜଣ ପ୍ରଶିକ୍ଷକ ଭାବରେ ଯୋଗଦେଇଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଦିବଂଗତ ନୃତ୍ୟଗୁରୁ ବିର୍ଷା କିସ୍କୁଙ୍କ ସହ ନୃତ୍ୟଗୁରୁ ରଣଜିତ ବେହେରା, ଲଳିତ କୁମାର ରାମ, ହୃଦାନନ୍ଦ ବାରିକ, ପରମେଶ୍ୱର ମୁଖି, ଯୋଗେଶ୍ୱର ବାରିକ, ଦିଲ୍ଲିପ ରାଉତ ପ୍ରମୁଖ ବାରିପଦାର ବହୁ ନୃତ୍ୟଗୁରୁ ଏବଂ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜଣାଯାଇଛି । ଜି- ଟିଭି ଡିଆଡି ରିଏଲିଟି ସୋରେ କୃତୀତ୍ୱ ଅର୍ଜନ କରିଥି ବାରିପଦାର ଜଣେ ଉଦୀୟମାନ ଯୁବ ନୃତ୍ୟ ଶିଳ୍ପୀ ପ୍ରଫେଟ ରାଜୀବ କୁମାର ପାତ୍ରଙ୍କ ଉଦ୍ୟମରେ ଏହି ମାଗଣା ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ବେଳେ, କରୋନା କଟକଣା କାରଣରୁ ବିଗତ ୨ବର୍ଷ ଧରି ବାଧାପ୍ରାପ୍ତ ହୋଇଥିଲା । ଚେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ନୃତ୍ୟଶିଳ୍ପୀ ଏବଂ ଅଭିଭାବକ ମାନେ ଖୁସିବ୍ୟକ୍ତ କରିଛନ୍ତି । , ଦିଲ୍ଲିପ କୁମାର ପାତ୍ର, ଏକେ ଖାନ, ମନୋଜ ନାଥ, ମନୋରଂଜନ ସାହୁ, ନଜିମ, ଧୀର ପ୍ରମୁଖ ସଦଶ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
