ମହିଳା ଓ ଶିଶୁବିକାଶମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ
ନୂଆପଡ଼ା : ନୂଆପଡା ଜିଲାକୁ ଦିନିକିଆ ଗସ୍ତରେ ଓଡିଶା ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ଆସି ସମୀକ୍ଷା ସହ କେଫେ ପରିଦର୍ଶନ କରିଛନ୍ତି । ଏହି ଗସ୍ତରେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସଦଭାବନା ସଭା ଗୃହରେ ପଶ୍ଚିମ ଓଡିଶା ବିକାଶ ପାଣ୍ଠି ଖର୍ଚ୍ଚ ବରାଦ ନେଇ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ ଯୋଗ ଦେଇଥିଲେ । ନୁଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦିପିକା କୌଶଳ ପ୍ରମୁଖ ମଞ୍ଚସିନ ହୋଇଥିଲେ ।ସେହିପରି ମନ୍ତ୍ରୀ ନୂଆପଡା ଠାରେ ହୋଇଥିବା ମିଶନ ଶକ୍ତି କେଫେକୁ ପରିଦର୍ଶନ କରି ମହିଳା କର୍ମୀଙ୍କ ସହ ଆଲୋଚନା କରଥିଲେ । ଖୁବ ଶୀଘ୍ର ଜିଲ୍ଲାର ଅନ୍ୟ ସହରରେ ମଧ୍ୟ ମିଶନ ଶକ୍ତି କେଫେ ଖୋଲା ହେବା ନେଇ ପ୍ରକାଶ କରିଛନ୍ତି ।
