ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ରାଇବଣିଆ ଦୁର୍ଗ ଗସ୍ତ
ରାଇବଣିଆ : ରାଇବଣିଆ ଦୁର୍ଗ ଗସ୍ତ କରି ବୁଲି ଦେଖିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଶନିବାର ଅପରାହ୍ନରେ ରାଇବଣିଆ ଦୁର୍ଗ ଦର୍ଶନ କରି ଗର୍ବ ଅନୁଭବ କରିଥିଲେ । ଏଠାରେ ବହୁ ପୁରାଣ ଜିନିଷ ରହିଛି, ଯାହା ମହାଭାରତ ସହିତ ସମ୍ପୃକ୍ତ । ଭଲ ରକ୍ଷଣାବେକ୍ଷଣ ହେଲେ ଏହାର ବିକାଶ ହୋଇପାରିବ । ସେହିପରି ଏହା ଗୋଟେ ଭଲ ପର୍ଯ୍ୟଟନ ସ୍ଥଳୀରେ ମାନ୍ୟତା ମଧ୍ୟ ପାଇପାରିବ । ଏହା ହୋଇପାରିଲେ ବହୁ ପର୍ଯ୍ୟଟନ ଏଠାକୁ ଆସିବେ ବୋଲି ପ୍ରକାଶ କରିଥିଲେ । ତାଙ୍କ ସହିତ କଂଗେସ ବ୍ଲକ ସଭାପତି ରାଜୀବ ପରିଡ଼ା, କଂଗେସ ରାଜ୍ୟ ମୁଖ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଆଶିଷ ଘୋଷ, ନୃସିଂହ ଜେନା, ଗୌରାଙ୍ଗ ମହାପାତ୍ର, ଶିବ ପ୍ରସାଦ ବେହେରା, ରବୀନ୍ଦ୍ର ବିଶ୍ୱାଳ, ଶୁଶାନ୍ତ ସେଠୀ, ଖଗେନ୍ଦ୍ର ସାମଲ, ସୋଭିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
