ବିଶ୍ୱକର୍ମା ପୂଜାରେ ବିଦ୍ୟୁତ୍ ସଚେତନତା ପ୍ରଦର୍ଶିତ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଆଡ଼ମ୍ବର ସହକାରେ ପାଳିତ ହେଉଛି । ବ୍ଲକର ସଦର ମହକୁମା ମାର୍କୋଣାର ମୋଟର ଆସୋସିଏସନ, ଜାମୁଝାଡ଼ି ଟ୍ରକ୍ ଆସୋସିଏସନ, ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେଉଅଛି । ସେହିପରି ମାର୍କୋଣା ରେଳ ଷ୍ଟେସନର ଇଞ୍ଜିନିୟରିଂ ବିଭାଗ ଓ ମାର୍କୋଣା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ମଧ୍ୟ ଏହି ଉତ୍ସବ ପାଳିତ ହେଉଛି । ଏହି ଉତ୍ସବ ଆସନ୍ତା ୫ଦିନ ବ୍ୟାପୀ ପାଳିତ ହେବ । ଏହି ଅବସରରେ ରେଳ ବିଭାଗ ପକ୍ଷରୁ ପକ୍ଷରୁ ପ୍ରସାଦ ସେବନ ଓ ବିଦ୍ୟୁତ ବିଭାଗ ପକ୍ଷରୁ ଭଜନ ସମାରୋହ ଉତ୍ସବ ଆୟାଜିତ ହୋଇଥିଲା । ପାଶ୍ୱର୍ ମୂର୍ତ୍ତି ରୂପେ ବିଦ୍ୟୁତ ଉପଖଣ୍ଡରେ ବିଦ୍ୟୁତ ସଚେତନତା ପ୍ରଦର୍ଶିତ ହୋଇଛି ।
