ମହାକାଳେଶ୍ୱର ମନ୍ଦିରରେ ବିରୁସ୍କା, ଫଟୋ ଓ ଭିଡିଓ ଭାଇରାଲ
ମୁମ୍ଵାଇ : ଉଜୈନ ମହାକାଳେଶ୍ୱର ମନ୍ଦିରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା (ବିରୁସ୍କା) । ଯାହାର ଫଟୋ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭଗବାନ୍ଙ୍କୁ ଦର୍ଶନ କରିବା ପାଇଁ କୋହଲି ଏବଂ ତାଙ୍କ ଅନୁଷ୍କା ମହାକାଲେଶ୍ୱର ଜ୍ୟୋର୍ତିଲିଙ୍ଗ ନିକଟରେ ପହଞ୍ଚିଥିଲେ। ଯେଉଁଥିରେ ଦୁହେଁ ଭଗବାନଙ୍କ ଦ୍ଵାରରେ ବସିଥିବାର ନଜର ଆସିଛନ୍ତି । ଅନୁଷ୍କା ଟ୍ରାଡିସନାଲ ଲୁକ୍ରେ ଖୁବ୍ ସୁନ୍ଦର ଦେଖାଉଥିବା ବେଳେ ଦୁହେଁ ଭକ୍ତି ପୂର୍ଣ୍ଣ ଭାବରେ ନଜର ଆସିଛନ୍ତି। ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କ ଲୁକ୍ ସମସ୍ତଙ୍କ ହୃଦୟ ଜିତୁଛି। ଏଥି ସହିତ ଦମ୍ପତିଙ୍କୁ ଏକାଠି ଦେଖି ଫ୍ୟାନ୍ସ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।
ସେୟାର କରାଯାଇଥିବା ଭିଡିଓରେ ଅନୁଷ୍କା-ବିରାଟ ଶିବଲିଙ୍ଗ ପୂଜା କରୁଥିବା ନଜର ଆସିଛନ୍ତି। ଏହି ସମୟରେ ବିରାଟ ଧୋତି ପିନ୍ଧିଥିବାବେଳେ ଅନୁଷ୍କା ହାଲୁକା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଛନ୍ତି। ଭିଡିଓ ଦେଖି ଫ୍ୟାନ୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେ ଏହି ଷ୍ଟାର୍ ଦମ୍ପତି କୌଣସି ଧାର୍ମିକ ସ୍ଥାନରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଅନୁଷ୍କା, ଝିଅ ଭାମିକା ଏବଂ ସ୍ୱାମୀ ବିରାଟ କୋହଲିଙ୍କ ସହ ଋଷିକେଶରେ ଏକ ଆଶ୍ରମରେ ପହଞ୍ଚିଥିଲେ, ଯାହାର ଫଟୋ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ।
ସୂଚନା ଯେ, ବର୍ତ୍ତମାନ ବିରାଟ କୋହଲି ଟେଷ୍ଟ ଫର୍ମାଟରେ ଦୀର୍ଘ ଦିନ ଧରି ଫର୍ମରେ ନାହାଁନ୍ତି । ତାଙ୍କ ବ୍ୟାଟ୍ସ ସଠିକ୍ ଭାବରେ ଚାଲୁ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଆଶା ରହିଛି ଯେ ମହାକାଲଙ୍କ ଦ୍ଵାରରେ ପହଞ୍ଚିଥିବା କୋହଲି ବର୍ତ୍ତମାନ ଚତୁର୍ଥ ତଥା ଟେଷ୍ଟରେ ନିଜ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିବେ । ପରେ ଏକ ବଡ଼ ଇନିଂସ ଖେଳିବେ। ୨୦୧୯ ମସିହାରେ ଟେଷ୍ଟ୍ ଫର୍ମାଟରେ ଏକ ଶତକ ହାସଲ କରିଥିବା ବିରାଟ କୋହଲି ମଧ୍ୟ ଗତ ୨୦ ଟେଷ୍ଟ ଇନିଂସରେ ବ୍ୟାଟିଂ ହାରାହାରି ବହୁତ ଖରାପ ହୋଇଛି। ଯେଉଁଥିରେ ସେ ହାରାହାରି ୨୫ ରେ ରନ୍ ସ୍କୋର କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ କେବଳ ଥରେ ୫୦ ରୁ ଅଧିକ ରନ୍ର ଇନିଂସ ଦେଖିବାକୁ ମିଳିଛି। ଯାହା ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୨୦୨୧ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ସମୟରେ ଆସିଥିଲା ।
