ଜୟପାଟଣା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
ମୁଖୀଗୁଡା : ଜୟପାଟଣା ବ୍ଲକ ପ୍ରଶାସନ ତରଫରୁ ବ୍ଲକର ପ୍ରତି ଗ୍ରାମପଂଚାୟତରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ଜୟପାଟଣା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଜୟପାଟଣା ଗ୍ରାମପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପାଟଣା ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ସରପଂଚ ମୌସୁମୀ ଡଙ୍ଗରି, ସମିତିସଭ୍ୟା ରଶ୍ମିତା ଦୁରିଆ, ପିଇଓ ନୀଳାଦ୍ରି ମେହେରଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଏହି ଶିବିରରେ ସର୍ବମୋଟ ୧୦୧୦ ଅଭିଯୋଗ ଦାଖଲ ହୋଇଥିଲା । ୭୬୧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଏବଂ ୨୪୯ ଅନ୍ୟାନ୍ୟ ଅଭିଯୋଗ ଥିବାବେଳେ ଏଥିରେ ଜୟପାଟଣା ଯୁବ ଜାଗରଣ ମଂଚର ୨୧ଟି ଅଭିଯୋଗ ସାମିଲ ଥିଲା ।
