ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ଅଭିଯୋଗ, ଥାନାରେ ଏତଲା
ବୋରିଗୁମ୍ମା : ପରିବାର ନିୟନ୍ତ୍ରଣ ପରେ ମହିଳା ଙ୍କ ମୃତୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ନିୟନ୍ତ୍ରଣ ଅସ୍ତ୍ରୋପଚାର ହେବାର ୧୦ ଘଣ୍ଟା ପରେ ଜଣେ ମହିଳା ମୃତ୍ୟୁ ଘଟିଛି।ପରିବାର ପକ୍ଷରୁ ଅସ୍ତ୍ରୋପଚାର କାରଣ ରୁ ହିଁ ମହିଳା ଙ୍କ ମୃତ୍ୟୁ ଘଟିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ଏଭଳି ଘଟଣା ସମ୍ନା କୁ ଆସିଛି ବୋରିଗୁମ୍ମା ଥାନା ଜୁଝାରୀ ପଂଚାୟତ ଅନ୍ତର୍ଗତ ସୁକୁଲିଗୁଡା ଗ୍ରାମରୁ।ଗ୍ରାମର ପବିତ୍ର ନାୟକ ଙ୍କ ସ୍ତ୍ରୀ ନୀଳାଦ୍ରି ନାୟକ ଗତ କାଲି ଶନିବାର ଦିନ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ଆଶା ଦିଦିଙ୍କ ସହ ସନ୍ଧ୍ୟାରେ ନିଜ ଘର କୁ ଫେରିଥିଲେ।
ଆଜି ଭୋର ରୁ ନିଳାଦ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ପରିବାର ଲୋକେ ତାଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।ହେଲେ ସେଠାରେ ନୀଳାଦ୍ରି ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।ଗତକାଲି ନିଳାଦ୍ରୀଙ୍କ ସହ ଅନେକ ମହିଳାଙ୍କ ଅସ୍ତ୍ରୋପଚାର ହୋଇଥିଲା ସମସ୍ତେ ଠିକ ଅଛନ୍ତି।ନୀଳାଦ୍ରି ଙ୍କ ତିନିଟି ପୁଅ ଝିଅ ଥିବାବେଳେ ତୃତୀୟ ସନ୍ତାନ ଜନ୍ମର ୮ବର୍ଷ ବ୍ୟବଧାନ ପରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲା।ତେବେ ଡାକ୍ତର ମେଡ଼ିକାଲ ରେ ପହଁଚିବା ପୂର୍ବରୁ ମହିଳା ଙ୍କ ମୃତ୍ୟୁ ଘଟିଥିବା କହିବା ବେଳେ ସରକାରୀ ନିୟମ ଅନୁଯାୟୀ ତାଙ୍କ ପରିବାର ଙ୍କୁ ସହୟତା କରାଯିବ ବୋଲି କହିଛନ୍ତି ଡ଼କ୍ଟର ପ୍ରବୀଣ କୁମାର ଦାଶ।ସେପଟେ ଘଟଣା କୁ ନେଇ ଏକ ଅପମୃତ୍ୟୁ ମାମଲା କେସ ନମ୍ବର ୨୭ /୨୦୨୨ ରୁଜୁ ହୋଇଥିବା ବେଳେ ବ୍ୟବଛେଦ ରିପୋର୍ଟ ଅସିବା ପରେ ହିଁ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଥାନା ଅଧିକାରୀ ଡମୁ ପରଜା କହିଛନ୍ତି।ମୃତ ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।
