ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ସମ୍ବଲପୁର : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ ଜାରି ରହିଛି । ଏକାକାଳୀନ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ସୋମବାର ଭିଜିଲାନ୍ସ ପକ୍ଷରୁ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶଶୁର ଘରେ ଚଢାଉ କରାଯାଇଛି। ଭିଜିଲାନ୍ସର ତିନିଟି ଟିମ୍ ତିନିଟି ସ୍ଥାନରେ ଚଢାଉ କରିଛି। ଚଢାଉ ବେଳେ ତାଙ୍କ ଘରୁ ନଗଦ ୧ ଲକ୍ଷ ୪୫ ହଜାର ୮୫୦ ଟଙ୍କା ଜବତ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନା ଯେ, ସମ୍ବଲପୁର ସ୍ଥିତ ଚୈତନ୍ୟନଗର ଘର ସହ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ । କିଛି ଦରକାରୀ କାଗଜପତ୍ର ଜବତ କରାଯାଇଥିବା ବେଳେ ଏବେ ବି ଚଢାଉ ଜାରି ରହିଛି। ରଞ୍ଜନଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ମିଳିଛି। ବେଆଇନ ଭାବେ ଆୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ସ୍କାନରରେ ଥିଲେ ରଞ୍ଜନ। ଭିଜିଲାନ୍ସର ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲା। ଆବଶ୍ୟକ ତଥ୍ୟ ପ୍ରମାଣ ପାଇବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।
