ଡିଜେ ବଜାଇବାକୁ ନେଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ତାପଙ୍ଗ ଆଦିବାସୀ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଡିଜେ ବଜାଇବାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବାର ଜଣାପଡିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବୈକୁଣ୍ଠ ବେହେରା । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଯେ, ରବିବାର ଗଣେଶ ପୂଜା ଭସାଣୀ ଏବଂ ଖୁଦୁରୁକୁଣୀ ଶେଷ ପାଳି ପୂଜା ଚାଲିଥିଲା । ଏହି ସମୟରେ ଗୋଟିଏ ଗୋଷ୍ଠୀ ଡିଜେ ବଜାଇବାକୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ । ଡିଜେ ବଜାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବୈକୁଣ୍ଠ ବେହେରା । ମୃତଦେହ ବ୍ୟବଚ୍ଛେଦ ପାଇଁ ସଦର ପୋଲିସ ଖୋର୍ଦ୍ଧା ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରିଛି । ଘଟଣାରେ ୪ ଜଣଙ୍କୁ ଅଟକ ରଖି ଖୋର୍ଦ୍ଧା ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।
