କେ.ନୂଆଗାଁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଫୁଲବାଣୀ : କନ୍ଧମାଳ ଜିଲା କେ.ନୂଆଗାଁର ଫରେଷ୍ଟ ରେଞ୍ଜର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳି ଅଭିଯୋଗରେ ବୈରାଗୀଙ୍କ ଘରେ ଚଢାଉ ହୋଇଛି । ରାଜ୍ୟରେ ୭ଟି ଜାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲାରେ ଚଢାଉ କରିଛି ଭିଜିଲାନ୍ସ । ଏଥିରେ ୪ ଜଣ ଡିଏସପି, ୭ ଇନସପେକ୍ଟର ସାମିଲ ହୋଇଛନ୍ତି ।
