ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ
ଭୁବନେଶ୍ୱର : ଧାମନଗର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯବଂଶୀଙ୍କ ବିଜୟ ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ. କାର୍ଯ୍ୟାଳୟରେ ବିଜୟ ଉତ୍ସବର ବାତାବରଣ ଦେଖା ଯାଇଛି । ଭୋଟ ଗଣତି ଆରମ୍ଭ ପରେ ବିଭିନ୍ନ ରାଉଣ୍ଡର ମତଗଣନାରେ ବିଜେପି ପ୍ରାର୍ଥୀ ଆଗୁଆ ରହିବା ପର ଠାରୁ କାର୍ଯ୍ୟାଳୟକୁ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ପହଂଚି ଉତ୍ସବ ମନାଇଥିଲେ । ପାର୍ଟୀ କାର୍ଯ୍ୟକର୍ତା ମାନେ ବିଜୟ ଖୁସିରେ ବାଣ ଫୁଟାଇ ଦୀପାବଳୀ ପରେ ଆଉ ଥରେ ଦୀପାବଳୀ ପାଳନ କରିଥିଲେ । କେବଳ ସେତିକି ନୁହେଁ ବାଜା ବଜାଇ ମଧ୍ୟ ସେମାନେ ନାଚିବାର ଦେଖିବାକୁ ମିଳିଥିଲା ।
ଦଳୀୟ ରାଜ୍ୟ ସଭାପତି ସମୀର ମହାନ୍ତି. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭୁବନେଶ୍ୱର (ମଧ୍ୟ)ର ଦଳୀୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ସମେତ ଅନେକ ନେତା ଏଥିରେ ସାମିଲ ହୋଇଥିଲେ ।
