ଭିଡ଼ ସ୍ଥାନରେ ମାସ୍କର ଉପଯୋଗ କରନ୍ତୁ ଲୋକ : ଡା. ବି.କେ. ପାଲ୍
ନୂଆଦିଲ୍ଲୀ : ନୀତି ଆୟୋଗର ସଦସ୍ୟ ଡା. ବି.କେ. ପାଲ୍ ବୁଧବାର ଦିନ କରୋନାର ବର୍ତମାନର ସ୍ଥିତିର ସମୀକ୍ଷା ବୈଠକ ପରେ କହିଛନ୍ତି ଯେ, ଏବେ ଲୋକଙ୍କୁ ଘ ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ଭୀଡ଼ ଜାଗାରେ ମାସ୍କର ଉପଯୋଗ କରିବା ଦରକାର । ବିଶେଷକରି ଅଧିକ ବୟସ୍କ ଲୋକ ଏବଂ ଗମ୍ଭୀର ରୋଗରେ ଗ୍ରସ୍ତ ଲୋକଙ୍କୁ ମାସ୍କର ଜରୁରୀ ଉପଯୋଗ କରିବା ଦରକାର । ସାମ୍ବାଦିଙ୍କ ସହିତ କଥାବାର୍ତାରେ ପାଲ୍ କହିଛନ୍ତି ଯେ ଦେଶରେ କେବଳ ୨୭-୨୮ ପ୍ରତିଶତ ଲୋକମାନେ ଅତିରିକ୍ତ ଡୋଜ୍ ନେଇଛନ୍ତି । ଅତିରିକ୍ତ ଡୋଜ୍ ସମସ୍ତଙ୍କ ପାଇଁ ଜରୁରୀ ଅଟେ, ବିଶେଷ ରୂପେ ବରିଷ୍ଠ ନାଗରିକଙ୍କ ପାଇଁ । ଏୟାରପୋର୍ଟରେ କରୋନା ନିୟମ ଉପରେ ପଚରାଯାଇଥିବା ଏକ ପ୍ରଶ୍ନ ଉପରେ ଡା. ବି.କେ. ପାଲ୍ କହିଛନ୍ତି ଯେ ଏବେ ପର୍ଯ୍ୟନ୍ତ ବିମାନ ସମ୍ବନ୍ଧରେ କୌଣସି ପରିବର୍ତନ କରାଯାଇ ନାହିଁ ।
