ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ : ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହାମିଦ ଅଲ-ମାତର ମୃତ
ୱାସିଂଟନ : ସିରିଆ ଉପରେ ଆମେରିକା ସେନାର ଏୟାର ଷ୍ଟ୍ରାଇକ। ଏଥିରେ ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହାମିଦ ଅଲ-ମାତରଙ୍କ ମୃତ୍ୟୁ ନେଇ ଜଣାପଡିଛି । ଏନେଇ ସେଣ୍ଟ୍ରାଲ କମାଣ୍ଡର ପ୍ରବକ୍ତା ମେଜର ଜନ ରିଗସବି ନେଇ ସ୍ପଷ୍ଟ କରାଯାଇଛି ।
ଉତ୍ତର ପଶ୍ଚିମ ରିଗସବି ପକ୍ଷରୁ କୁହାଯାଇଛି ଆମେରିକା ଏହି ଏୟାର ଷ୍ଟ୍ରାଇକରେ ଏମ୍କ୍ୟୁ-୯ ବିମାନ ବ୍ୟବହାର କରିଥିଲା । ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ । ରିଗସବି ତାଙ୍କ ବୟାନରେ କହିଛନ୍ତି ଆମେରିକା ଓ ତା’ର ସହଯୋଗୀଙ୍କ ପାଇଁ ଅଲକାଏଦା ସବୁବେଳେ ବିପଦ ହୋଇ ରହୁଛି । ଅଲକାଏଦା ସିରିଆର ବ୍ୟବହାର ବାହାର ସହଯୋଗୀଙ୍କ ସହ କୋଅର୍ଡିନେଟ କରିବା ଓ ବାହାର ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛି । ଅଲକାଏଦା ସିରିଆକୁ ସିରିଆ, ଇରାକ ଓ ଏହାର ଆଗାମୀ ବିପଦକୁ ଆଧାର କରି ବ୍ୟବହାର କରୁଛି । ସୂଚନା ଯେ, ଗତ ସେପ୍ଟେମ୍ବର ୨୦ ତାରିଖରେ ଆମେରିକା ସିରିଆର ଇଡଲିବ ସହରରେ ଆଉ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ଅଲ-କାଏଦାର ନେତା ସଲିମ ଅବୁ-ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା । ଯୋଜନା ଏବଂ ପାଣ୍ଠିର ବ୍ୟବସ୍ଥା ପାଇଁ ସଲିମ ଅଲ-କାଏଦା ରେ କାମ କରୁଥିଲେ । ଏଥିସହ, ଦୁଇ ଦିନ ପୂର୍ବେ ଦକ୍ଷିଣ ସିରିଆରେ ଥିବା ଆମେରିକୀୟ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା । ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ ସେହି କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା କି ନାହିଁ ତାହା ରିଗ୍ସବି କହି ନାହାଁନ୍ତି ।
