ଜିଲ୍ଲପାଳଙ୍କ ଦ୍ୱାରା ସୁନାମୁହିଁ ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ
ବାରିପଦା : ଆଜି ବାରିପଦା ସହର ସ୍ଥିତ ସୁନାମୁହିଁ ଠାରେ ଏକ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରି ସାଧାରଣ ଜନତାଙ୍କ ଉଦେଶ୍ୟରେ ଲୋକାର୍ପିତ କରିଛନ୍ତି. ଉଦଘାଟନ ପରେ ଜିଲ୍ଲାପାଳ ଏହାର ବିଭିନ୍ନ ୟୁନିଟ କୁ ବୁଲି ଦେଖିଥିଲେ. ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଥିଲେ କି ଉକ୍ତ ଆରୋଗ୍ୟ କେନ୍ଦ୍ର ଲୋକମାନଙ୍କ ପାଇଁ ଫାଷ୍ଟ ଷ୍ଟେପ ଚିକିତ୍ସା କେନ୍ଦ୍ର ରୂପେ କାର୍ଯ୍ୟ କରିବ ଯାହା ଫଳରେ ସାମାନ୍ୟ ରୋଗ ରେ ପୀଡିତ ଆଖ ପାଖ ଅଂଚଳର ରୋଗୀମାନେ ଦୂରକୁ ନଯାଇ ଏହି ଆରୋଗ୍ୟ କେନ୍ଦ୍ରରୁ ମାଗଣାରେ ଅନେକ ପ୍ରକାର ରୋଗର ଉପଚାର ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ରୋଗମୁକ୍ତ ହୋଇ ପାରିବେ. ଉକ୍ତ ଆରୋଗ୍ୟ କେନ୍ଦ୍ର ରେ ଜଣେ ଚିକିତ୍ସା ଅଧିକାରୀ ଙ୍କ ସହିତ ଫାର୍ମାସିଷ୍ଟ, ଲାବୋରା୍ଟରୀ ଟେକନିସିଆନ, ଷ୍ଟାଫ ନର୍ସ, ହିସାବରକ୍ଷକ ଓ ଆଟେଣ୍ଡାଣ୍ଟ ଇତ୍ୟାଦି କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି ଏବଂ ଏଠାରେ ୧୭୨ ପ୍ରକାର ଔଷଧ ବିନା ମୂଲ୍ୟରେ ରୋଗୀ ମାନଙ୍କ ପାଇଁ ଉପଲବ୍ଧ ହେବ . ରୋଗୀ ମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ ପୂର୍ବକ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଉକ୍ତ କର୍ମଚାରୀ ମାନଙ୍କୁ ଜିଲ୍ଲକ୍ଷପାଳ ପରାମର୍ଶ ଦେଇଥିଲେ. ପ୍ରକାଶ ଥାଉକି ଜିଲ୍ଲକ୍ଷରେ ଏହା ତୃତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର. ପୂର୍ବରୁ କରଞ୍ଜିଆ ଓ ରାଇରଙ୍ଗପୁର ଠାରେ ଖୋଲା ଯାଇ ସ୍ଥାନୀୟ ଅଂଚଳ ର ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି. ଅନୁଷ୍ଠିତ ଆଜିର ଏଇ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ରୁପଭାନୁ ମିଶ୍ର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପି. ପି. ପତି, ଆର.ବି.ଏସ.କେ ପରିଚାଳକ ଶୁଭେନ୍ଦୁ ବରାଳ, ସହରାଞ୍ଚଳ ଏ.ପି.ଏମ. ଅଭୟ ସୁବୁଦ୍ଧି ପ୍ରମୁଖ ଙ୍କ ସମେତ ସ୍ଥାନୀୟ ଆଶା କର୍ମୀ ଓ ମହିଳା ଆରୋଗ୍ୟ ସମିତି ର ସଦସ୍ୟା ମାନେ ଉପସ୍ଥିତ ଥିଲେ I
