କଂଗ୍ରେସ ଏସସି, ଏସଟି, ଓବିସୀ ଏବଂ ସଂଖ୍ୟାଲଘୁ ବର୍ଗର ସାଙ୍ଗଠନିକ ବୈଠକ
ବାରିପଦା : ବାରିପଦାସ୍ଥିତ ଦାରୋଗାଡାହି କାର୍ଯ୍ୟାଳୟ ଠାରେ ଭାରତୀୟ ଜାତୀୟ କଂଗ୍ରେସ ର ଏସସି, ଏସଟି, ଓବିସୀ ଏବଂ ସଂଖ୍ୟାଲଘୁ ବର୍ଗର ଏକ ସାଙ୍ଗଠନିକ ବୈଠକ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଓ ରାଷ୍ଟ୍ରୀୟ ସଂଯୋଜକ ରାଜକିଶୋର ବାରିକଙ୍କ ନିର୍ଦେଶରେ ଅନୁଷ୍ଠିତ ହୋଇଯାଇଛି ଓ ଉକ୍ତ ବୈଠକରେ ଯୁବ ସଂଗଠକ ତଥା ରାଜ୍ୟ ମିଡିୟା ସଂଯୋଜକ ( ଏଲ. ଡି. ଏମ ) ସୁକୁମାର ରଂଜନ ପ୍ରଧାନ ଙ୍କ ନେତୃତ୍ୱରେ ବିଭିନ୍ନ ସାଙ୍ଗଠନିକ ବିଭାଗ ବିଷୟରେ ଆଲୋଚନା କରାଯାଇ ଆସନ୍ତା ଏପ୍ରିଲ ୨ତାରିଖ ଭୁବନେଶ୍ୱର ଠାରେ ହେବାକୁ ଥିବା ଏ.ଜି ଛକଠାରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତି ସମ୍ମୁଖରେ ବିକ୍ଷୋଭ ପାଇଁ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମକୁ ମୟୁରଭଞ୍ଜ ଜିଲ୍ଲାରୁ ପ୍ରାୟ ଦୁଇଶହ କର୍ମୀ ଯିବାର ନିଷ୍ପତି ନିୟାଗଲା ଓ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ତଥା ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ ପଦକୁ ବରଖାସ୍ତ କରିବାକୁ ବିରୋଧ କରି ସମ୍ବିଧାନ ଓ ଗଣତନ୍ତ୍ର କୁ ଭାଷ୍ଟାଚାରୀ ବିଜେପି ସରକାର ଠାରୁ ମୁକ୍ତ କରିବାପାଇଁ ଭୁବନେଶ୍ୱର ଠାରେ ବିକ୍ଷୋଭ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ବରିଷ୍ଠ ଓବିସି ନେତା ରାଣା ସତ୍ୟକାମ ସେନାପତି, ବାଦଲ ହେମ୍ବ୍ରମ, ଏମ. ଡି ନାଇସାଦ, ଏସ. କେ ଇମ୍ରାନ, ଏସ. କେ. ବାବା, ପ୍ରମୁଖ ଯୋଗଦାନ କରି ମତ ଦେଇଥିଲେ I
