ଭାରତର ଅନନ୍ୟ ମନ୍ଦିର! ଯେଉଁଠାରେ ପ୍ରସାଦରେ ମିଳିଥାଏ ସୁନା-ରୁପା
ଭୋପାଳ: ଭାରତରେ ହଜାର ହଜାର ମନ୍ଦିର ରହିଛି । ଆସ୍ଥା ଓ ବିଶ୍ୱାସର ଦେଶ ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହା ଅତ୍ୟନ୍ତ ରହସ୍ୟମୟ ଅଟେ । କେତେକ ମନ୍ଦିର ଏହାର ଗଠନ ପାଇଁ ପ୍ରସିଦ୍ଧ, କେତେକ କାହାଣୀ ପାଇଁ ଏବଂ କେତେକ ନିଜ ପ୍ରସାଦ ପାଇଁ ପ୍ରସିଦ୍ଧ । ଏହି ମନ୍ଦିରଗୁଡ଼ିକରେ ଏପରି ଅନେକ ଜିନିଷ ଅଛି ଯାହା ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ । ଏପରି ଏକ ଚମତ୍କାରୀ ମନ୍ଦିର ମଧ୍ୟ ପ୍ରଦେଶର ରତଲାମର ମାଣିକରେ ଅବସ୍ଥିତ । ଏହି ମନ୍ଦିର ହେଉଛି ମାତା ଲକ୍ଷ୍ମୀଙ୍କ ମନ୍ଦିର । ଯଦି ଆପଣ ମଧ୍ୟ ଭଗବାନଙ୍କ ଭକ୍ତ ଓ ଜଣେ ଉପାସକ, ତେବେ ଆପଣ ଏହି ମନ୍ଦିରକୁ ଥରେ ପରିଦର୍ଶନ କରିବା ଆବଶ୍ୟକ ।
ଏହି ମନ୍ଦିର ଅନେକ ଉପାୟରେ ମହତ୍ୱପୂର୍ଣ୍ଣ । ସାଧାରଣତଃ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଠା କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦିଆଯାଏ । କିନ୍ତୁ ମାତା ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ରୂପେ ସୁନା ଓ ରୁପା ଏବଂ ଅଳଙ୍କାର ଦିଆଯାଏ । କେବଳ ଏତିକି ନୁହେଁ, ଏହି ମନ୍ଦିରକୁ ଆସୁଥିବା କୌଣସି ଭକ୍ତ ମଧ୍ୟ ପ୍ରସାଦ ଭଳି ସୁନା ଓ ରୁପା କଏନ ପାଇଥାନ୍ତି ।
ରତଲାମ ସ୍ଥିତ ମାଣିକରେ ମାଁ ଲକ୍ଷ୍ମୀଙ୍କ ଏକ ମନ୍ଦିର ରହିଛି । ଯେଉଁଠି ଭକ୍ତଙ୍କୁ ଭୋଗରେ ସୁନା-ରୂପା ଦିଆଯାଇଥାଏ । ଏଠାରେ ଆସୁଥିବା ଶ୍ରଦ୍ଧାଳୁ ସୁନା ଓ ରୂପା ନେଇ ଘରକୁ ଯାଆନ୍ତି । ଏହି ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ଭକ୍ତମାନେ ଏଠାରେ ଆସି କୋଟି କୋଟି ଟଙ୍କାର ସୁନା ଗହଣା ଓ ନଗଦ ମାତାଙ୍କ ଚରଣରେ ଅପର୍ଣ କରିଥାନ୍ତି ।
ଧନତେରସ ଠାରୁ ୫ ଦିନ ଯାଏ ଏହି ମନ୍ଦିରରେ ଦୀପୋତ୍ସବର ଆୟୋଜନ କରାଯାଇଥାଏ । ଦୀପୋତ୍ସବ ବେଳେ ମନ୍ଦିରରେ କୁବେରଙ୍କ ଦରବାର ଲାଗିଥାଏ । ଏହି ସମୟରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଭୋଗ ସ୍ୱରୂପ ଗହଣା ଓ ଟଙ୍କା ଦିଆଯାଇଥାଏ । ଦୀପାବଳୀ ଦିନ ଏହି ମନ୍ଦିର ୨୪ ଘଣ୍ଟା ଖୋଲା ରହିଥାଏ ।
