ପାୱାରଫୁଲ ପ୍ରୋସେସରଯୁକ୍ତ OnePlus Ace Racing Edition ଲଞ୍ଚ୍, ଚୁଟକିରେ ବ୍ୟାଟେରୀ ହେବ ଫୁଲ୍ ଚାର୍ଜ
ମୁମ୍ବାଇ : ଭାରତ ବଜାରରେ ଲଞ୍ଚ୍ ହୋଇଛି ବହୁପ୍ରତୀକ୍ଷିତ OnePlus Ace Racing Edition । ୱାନପ୍ଲସ ଏସ ସିରିଜର ଲାଟେଷ୍ଟ ଫୋନ ଏହାର ଦମଦାର ଫିଚର୍ସ ପାଇଁ ପ୍ରଥମରୁ ଚର୍ଚ୍ଚାରେ ରହିଛି । ଏଥିରେ ଡାଇନେମସିଟି ୮୧୦୦ ମ୍ୟାକ୍ସ ପରି ଶକ୍ତିଶାଳୀ ପ୍ରୋସେସର ରହିଛି ଏବଂ OnePlus Ace Racing Editionରେ ୧୨ ଜିବିର ରାମ୍ ରହିଛି । ଏହାସହିତ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏବେ ଜାଣିନିଅନ୍ତୁ ୱାନପ୍ଲସ ଏସ ରେସିଂ ଏଡିସନର ଦାମ୍ ସହ ଅନ୍ୟାନ୍ୟ ସ୍ପେସିଫିକେସନ୍ସ। OnePlus Ace Racing Edition ସ୍ପେସିଫିକେସନ୍ସ…
ଡିସପ୍ଲେ :
ଫୋନରେ ୬.୫ ଇଞ୍ଚର ଫୁଲ HD-LTPS LCD ଡିସପ୍ଲେ ରହିଛି। ଏଥିରେ ୧୨୦ Hz ଯାଏ ଆଡେଷ୍ଟିଭ ରିଫ୍ରେସ ରେଟ ଓ ୨୪୦ Hz ପର୍ଯ୍ୟନ୍ତ ଟଚ୍ ସାପଲିଙ୍ଗ ରେଟ୍ ରହିଛି।
ପ୍ରୋସେସର :
ସ୍ପିଡ ଓ ମଲ୍ଟି ଟାସ୍କିଂ ପାଇଁ ଫୋନରେ ମିଡିଆଟେକ ଡାଇମେନସିଟି ୮୧୦୦ ମ୍ୟାକ୍ସ ଅକ୍ଟା-କୋର ଚିପସେଟ୍ ଦିଆଯାଇଛି।
କ୍ୟାମେରା :
ଫୋନର ବ୍ୟାକ୍ ପାନେଲରେ ୩ଟି ରିୟର କ୍ୟାମେରା ରହିଛି। ୬୪ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସେନ୍ସର ସହିତ ୮ ମେଗାପିକ୍ସେଲ୍ ଅଲ୍ଟ୍ରା-ୱାଇଡ ଏଙ୍ଗେଲ କ୍ୟାମେରା ଓ ୨ ମେଗାପିକ୍ସେଲ ମାଇକ୍ରୋ କ୍ୟାମେରା ସେନ୍ସର ରହିଛି। ସେଲ୍ଫି ପାଇଁ ଫୋନ୍ ଫ୍ରଣ୍ଟରେ ୧୬ ମେଗାପିକ୍ସେଲର କ୍ୟାମେରା ସେନ୍ସର ଦିଆଯାଇଛି।
ବ୍ୟାଟେରୀ :
ସେଟରେ ୫୦୦୦ MAH ବ୍ୟାଟେରୀ ଦିଆଯାଇଛି, ଯାହା ୬୭ ୱାଟ୍ ଫାଷ୍ଟ ଚାର୍ଜ ସପୋର୍ଟ କରୁଛି।
କନେକ୍ଟିଭିଟି :
ଫୋନରେ WiFi-6, 5G, GPS, A-GPS, ବ୍ଲୁଟୁଥ ଭର୍ସନ-5.3 ଓ 3.5 ମିଲିମିଟର ହେଡଫୋନ ଜ୍ୟାକ୍ ପରି ଫିଚର୍ସ ସାମିଲ ରହିଛି। ସିକ୍ୟୁରିଟି ପାଇଁ ଫୋନ ସାଇଡରେ ଫିଗରଫ୍ରିଣ୍ଟ ସେନ୍ସର ଦିଆଯାଇଛି।
OnePlus Ace Racing Edition ପ୍ରାଇସ :
ଫୋନ ୨ଟି କଲର ଭାରିଏଣ୍ଟରେ ଉପଲବ୍ଧ ହୋଇଛି । ଲାଇଟସ୍ପିଡ ବ୍ଲୁ ଓ ଏଥଲେଟିକ୍ସ ଗ୍ରେ। ଫୋନରେ 8GB ରାମ୍ ଓ 128 GB ଇଣ୍ଟରନାଲ ଷ୍ଚୋରେଜ ରହିଛି । ସେଟର ମୂଲ୍ୟ CNY ୧୯୯୯ ପ୍ରାୟ ୨୩ ହାଜାର ଟଙ୍କା ରହିଛି । ସେହିପରି 8 GB+ 256 GB ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ CNY ୨୧୯୯ ପ୍ରାୟ ୨୫ ହଜାର ୩୦୦ ଟଙ୍କା ରହିଛି।
ଟପ ଭାରିଏଣ୍ଟରେ 12GB ରାମ୍ ସହିତ 256GB ଷ୍ଟୋରେଜ ରହିଛି। ଏହ ମଡେଲର ଦାମ CNY 2,499 ପ୍ରାୟ ୨୮ ହଜାର ୮୦୦ ଟଙ୍କା ରହିଛି। କିନ୍ତୁ ଆସନ୍ତା ୩୧ ମେ ପର୍ଯ୍ୟନ୍ତ ଏହି ଫୋନରେ CNY 200 ପ୍ରାୟ ୨୩୦୦ ଟଙ୍କା ଡିସକାଉଣ୍ଟ ସହିତ ଉପଲବ୍ଧ ହୋଇଛି।
