ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଜନ୍ମ ଦିନରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଜନ୍ମ ଦିନରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମଧ୍ୟପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶିବରାଜ ସିଂହ ଚୌହାନଙ୍କୁ ଜନ୍ମ ଦିନରେ ଅନନ୍ତ ଶୁଭକାମନା । ପ୍ରଦେଶକୁ ପ୍ରତି ଦିନ ନୂଆ ଉଚ୍ଚତାକୁ ନେବା ପାଇଁ ଆପଣଙ୍କର ପ୍ରୟାସ ପ୍ରଶଂସନୀୟ । ଈଶ୍ୱର ଙ୍କ ନିକଟରେ ଆପଣଙ୍କର ଉତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ହେବାକୁ କାମନା କରୁଛି ।
