କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ମେଗା ୱାକଥନ କାର୍ଯ୍ୟକ୍ରମ ୱାକ ଫର ହେଲଥର ଆୟୋଜନ
ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରବିବାର ସକାଳେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ମେଗା ୱାକଥନ କାର୍ଯ୍ୟକ୍ରମ ୱାକ ଫର ହେଲଥ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଧାବକ ମାନେ ବିଜୟ ଚୌକ ଓ କର୍ତବ୍ୟ ପଥରୁ ଆରମ୍ଭ କରି ଇଣ୍ଡିଆ ଗେଟ ହୋଇ ନିର୍ମାଣ ଭବନ ପହଂଚିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିଶାଳ ଚୌହାନ ବରିଷ୍ଠ ଅଧିକାରୀ, ଡାକ୍ତର, ନର୍ସ ଓ କେନ୍ଦ୍ର ସରକାରଙ୍କ ହସପିଟାଲ ସଫଦରଜଙ୍ଗ ହସପିଟାଲ, ରାମ ମନୋହର ଲୋହିଆ ହସପିଟାଲ, ଲେଡି ହାର୍ଡିଂ ହସପିଟାଲର କର୍ମଚାରୀ ମାନେ ଏଥିରେ ଭାଗ ନେଇଛନ୍ତି । ଏଥିରେ ୫ ଶହରୁ ଉର୍ଧ ଲୋକ ମାନେ ଭାଗ ନେଇ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣାଇବାକୁ ସଂକଳ୍ପ ନେଇଛନ୍ତି ।
