ରୁପେ ଡେବିଟ କାର୍ଡ ଏବଂ ଭୀମ-ୟୁପିଆଇ ନେଣଦେଣକୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି । ରୂପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ôଥକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି । ଏହି ଯୋଜନା ଅଧୀନରେ ଚଳିତ ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ôଥକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଅର୍ଥ ମନ୍ତ୍ରୀ ୨୦୨୨-୨୩ ଆର୍ôଥକ ବର୍ଷର ବଜେଟ୍ ସମୟରେ ଦେଇଥିବା ନିଜ ଭାଷଣରେ, ଚଳିତ ବଜେଟରେ ଘୋଷିତ ଡିଜିଟାଲ ପରିଶୋଧ ନିମନ୍ତେ ଆର୍ôଥକ ସହାୟତା ଜାରି ରଖିବା ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟର ଘୋଷଣା କରିଥିଲେ । ଏଥିରେ ଶସ୍ତା ଓ ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ଅର୍ଥପଇଠ ପ୍ଲାଟଫର୍ମର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଉପରୋକ୍ତ ବଜେଟ୍ ଘୋଷଣାର ଅନୁପାଳନ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି । ୨୦୨୧-୨୨ ଆର୍ôଥକ ବର୍ଷରେ, ସରକାର ଡିଜିଟାଲ ନେଣଦେଣକୁ ଆହୁରି ବଢ଼ାଇବା ନିମନ୍ତେ ଆର୍ôଥକ ବର୍ଷ ୨୦୨୧-୨୨ ବଜେଟ୍ ଘୋଷଣାକୁ ଅନୁପାଳନ କରି ଏକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଥିଲେ । ଯାହାଫଳରେ, ମୋଟ୍ ଡିଜିଟାଲ ଅର୍ଥପଇଠ କାରବାରରେ ୫୯ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଥିଲା । ୨୦୨୦-୨୧ ଆର୍ôଥକ ବର୍ଷରେ ଏହା ୫,୫୫୪ କୋଟି ଟଙ୍କାରୁ ବୃଦ୍ଧି ପାଇଁ ୨୦୨୧-୨୨ ଆର୍ôଥକ ବର୍ଷରେ ୮,୮୪୦ କୋଟି ଟଙ୍କା ହୋଇଯାଇଛି । ଭୀମ-ୟୁପିଆଇ କାରବାର ୧୦୬ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଛି, ଯାହାକି ୨୦୨୦-୨୧ରେ ୨,୨୩୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୧-୨୨ରେ ୪,୫୯୭ କୋଟି ଟଙ୍କାରେ ପହଞ୍ଚିଛି । ଡିଜିଟାଲ ପଇଠ ପ୍ରଣାଳୀର ବିଭିନ୍ନ ଅଂଶୀଦାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଅର୍ଥ ପଇଠ ସଂକ୍ରାନ୍ତ ଇକୋସିଷ୍ଟମର ବିକାଶ ଉପରେ ଶୂନ୍ୟ ଏମଡିଆର ଶାସନର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ବିଷୟରେ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାବ୍ୟତୀତ, ନେସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଭୀମ-ୟୁପିଆଇ ଏବଂ ରୂପେ ଡେବିଟ୍ କାର୍ଡ ନେଣଦେଣକୁ ପ୍ରୋତ୍ସାହିତ କରିବା ଦିଗରେ ଇକୋସିଷ୍ଟମ ସହ ଜଡ଼ିତ ଅଂଶୀଦାରମାନଙ୍କ ନିମନ୍ତେ ମିତବ୍ୟୟୀ ମୂଲ୍ୟ ପ୍ରସ୍ତାବ ପ୍ରସ୍ତୁତ କରିବା, ବ୍ୟବସାୟୀଙ୍କ ଦ୍ୱାରା ଏହାର ଗ୍ରହଣୀୟତା ବଢ଼ାଇବା ଏବଂ ନଗଦ ପଇଠ ସ୍ଥାନରେ ଡିଜିଟାଲ ପରିଶୋଧ କରିବା ନିମନ୍ତେ ଅନୁରୋଧ କରିଥିଲା । ଭାରତ ସରକାର ସାରା ଦେଶରେ ଡିଜିଟାଲ ଅର୍ଥ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରୁଛି । ବିଗତ ବର୍ଷଗୁଡ଼ିକରେ, ଡିଜିଟାଲ ଅର୍ଥପଇଠ କାରବାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି । କୋଭିଡ-୧୯ ସଙ୍କଟ କାଳରେ, ଡିଜିଟାଲ ଅର୍ଥପଇଠ କ୍ଷୁଦ୍ର ବ୍ୟବସାୟୀମାନଙ୍କ ସମେତ ବ୍ୟବସାୟିକ କାର୍ଯ୍ୟକୁ ସୁଗମ କରିଥିଲା । ଏହା ସାମାଜିକ ଦୂରତା ବଜାୟ ରଖିବାରେ ସହାୟତା କରିଥିଲା । ୟୁପିଆଇ ଡିସେମ୍ବର ୨୦୨୨ରେ ୧୨.୮୨ ଲକ୍ଷ କୋଟି ଟଙ୍କା ମୂଲ୍ୟ ସହିତ ୭୮୨.୯ କୋଟି ଡିଜିଟାଲ ଅର୍ଥପଇଠ କାରବାର ରେକର୍ଡ କରିଥିଲା । ଏହି ପ୍ରୋତ୍ସାହନ ଯୋଜନା ଏକ ମଜବୁତ ଡିଜିଟାଲ ପରିଶୋଧ ଇକୋସିଷ୍ଟମ ନିର୍ମାଣ ଏବଂ ରୂପେ ଡେବିଟ୍? କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବାର ସୁବିଧା ପ୍ରଦାନ କରିବ । ‘ସବକା, ସବକା ବିକାଶ’ ଉଦ୍ଦେଶ୍ୟ ଅନୁରୂପ, ଏହି ଯୋଜନା ୟୁପିଆଇ ଲାଇଟ୍? ଏବଂ ୟୁପିଆଇ ୧୨୩ ପେ’ କୁ ଶସ୍ତା ଏବଂ ବ୍ୟବହାରକାରୀ ଅନୁକୂଳ ଡିଜିଟାଲ ପରିଶୋଧ ସମାଧାନ ଆକାରରେ ମଧ୍ୟ ପ୍ରୋତ୍ସାହନ ଦେବ । ଦେଶରେ ସମସ୍ତ କ୍ଷେତ୍ର ଏବଂ ଲୋକମାନଙ୍କ ଅନ୍ୟ ବର୍ଗ ମଧ୍ୟରେ ଡିଜିଟାଲ ଅର୍ଥପଇଠକୁ ଆହୁରି ଅଧିକ ପ୍ରାଥମିକତା ପ୍ରଦାନ କରିବାରେ ସକ୍ଷମ କରିବ ।
