ଫିଲ୍ମ “ନୀରୀ ଆର୍ୟ “ କାହାଣୀର ବିବାଦ ପହଂଚିଲା କୋର୍ଟରେ
ନୁଆଦିଲ୍ଲୀ : ସ୍ୱାଧିୀ ଭାରତର ଗୁପ୍ତଚର ଉପରେ ଆଧାରିତ ପ୍ରଥମ ପୁସ୍ତକ ଫିଲ୍ମ ନୀରା ଆର୍ୟ କାହାଣୀ ର ବିବାଦ ଯାଇଁ କୋର୍ଟରେ ପହଂଚିଛି । ଉକ୍ତ ପୁସ୍ତକର ଲେଖକ ଧାମା ଦମ୍ପତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରୁପା ଅୟରଙ୍କ ଉପରେ ଫିଲ୍ମର କାହାଣୀ ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି । ଲେଖକଙ୍କର ଅନୁମତି ନନେଇ ତାଙ୍କ ଆତ୍ମକଥାର ଅଂଶ ବିଶେଷ ଫିଲ୍ମରେ ଯୋଡିବା ବିବାଦରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀର କଡକଡଡୁମା କୋର୍ଟ ୨୦ ଜାନୁଆରୀରେ ସମ୍ପୃକ୍ତ ଅଭିନେତ୍ରୀଙ୍କୁ ସମ୍ପୁର୍ଣ ପ୍ରମାଣ ସହିତ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି ।
