ରାଜନୈତିକ ଶତୃତାରୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ
ଖଲ୍ଲିକୋଟ୍ : ବେଗୁନିଆପଡ଼ା ବ୍ଳକ ରାଗପୁର ଛକରେ ରାଜନୈତିକ ଶତୃତାରୁ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ଜଣେ ଯୁବକ ମୃତ।
ପୂର୍ବ ରାଜନୈତିକ ଶତୃତାକୁ ଏହି ହତ୍ୟାକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ପଙ୍କଜ ଗୌଡ଼। ସେ ତାଳସର ଭାବିନିପୁର ଗାଁ ବାସିନ୍ଦା। ଆକ୍ରମଣପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବେଗୁନିଆପଡ଼ା ଏହି ଅଭିଯୋଗରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ମୃତ ବ୍ୟକ୍ତି ଜଣଙ୍କ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜା ବୋଲି ଜଣାପଡ଼ିଛି।
