ମୃଦୁ ପାନୀୟରେ ନିଶା ଦେଇ ମହିଳାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଧମକ ଦେଇ ଲୁଟିନେଲେ ଲକ୍ଷାଧିକ ଟଙ୍କା
ନୀଳଗିରି : ପ୍ରଥମେ ଫ୍ରେଣ୍ଡ ରିକ୍ୟୁଏଷ୍ଟ, ପରେ ମୋବାଇଲ ଚାଟିଂ ଓ ଶେଷରେ ପ୍ରେମ । ପ୍ରେମରେ ଫସାଇ ଜନୈକ ମହିଳାଙ୍କୁ ବଳାତ୍କାର କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରିଦେବାର ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିନେବା ଘଟଣା ଏବେ ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ନୀଳଗିରି କାହାଳିଆ ଗାଁର ସୁକାନ୍ତ ଷଡ଼ଙ୍ଗୀ ଯାଜପୁର ଅଞ୍ଚଳର ସୋନାଲି ପୃଷ୍ଟି ନାମକ ମହିଳାଙ୍କୁ ବିବାହ କରିସୁନାର ସଂସାର କରି ରହିଆସୁଥିଲେ । ତାଙ୍କ ଔରସରୁ ଏକ ୪ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି । ନିକଟସ୍ଥ ସିମୁଳିଆ ଅଞ୍ଚଳର ଜନୈକ ଯୁବକ ସୋନାଲିଙ୍କ ମୋବାଇଲକୁ ୩ ବର୍ଷ ପୂର୍ବରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ତା’ ସହିତ ଅନ୍ଲାଇନ୍ରେ ଚାଟିଂ କରିଆସୁଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଏହାର ସୂଯୋଗ ନେଇ ଯୁବକ ଜଣକ ଉକ୍ତ ମହିଳାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର କରିଥିଲା । ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ନିଜ ମୋବାଇଲ୍ରେ ରେକର୍ଡ଼ିଂ କରି ମହିଳା ଜଣଙ୍କୁ ବାରମ୍ବାର ବ୍ଲାକମେଲିଂ କରି ଆସୁଥିଲା । ନିଜ ସ୍ୱାମୀର ଅଗୋଚରରେ ମଧ୍ୟ ଯୁବକଙ୍କୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ଡିଲିଟ୍ କରିଦେବାକୁ ନେହୁରା ମଧ୍ୟ ହୋଇଥିଲା । କିନ୍ତୁ ଯୁବକ ଜଣକ ନିଜର ଅନ୍ୟ ଜଣେ ସାଥୀ ସହିତ ବାରମ୍ବାର ଧମକ ଦେଇ ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ଦେଇଆସୁଥିଲା । ଶେଷରେ ଅନ୍ୟ ଉପାୟ ନପାଇ ମହିଳା ଜଣକ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏତଲା ମୂଳେ ରସିକିଆ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଯୁବକ ଜଣକ ହାଇୱେ ପେଟ୍ରୋଲିଂ ଗାଡ଼ିର ଡ୍ରାଇଭର ଥିବା ଜଣାଯାଇଛି । ଏନେଇ ଏକ ମାମଲା (ନଂ. ୨୫ ।୨୩) ରୁଜୁ ହୋଇଥିବା ଜଣାଯାଇଛି ।
