ବିଲ ମଝିରୁ ଅଜଣା ମୃତଦେହ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ଟୋଲପ୍ଲାଜାର କିଛି ଦୂର ରାସ୍ତା କଡ ବିଲ ମଝିରେ ପଡିଛି ଅଜଣା ମୃତଦେହ । ବ୍ୟକ୍ତି ଜଣଙ୍କ ଫୁଲ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଥିବା ବେଳେ ମୁହଁ ମାଡି ତଳେ ପଡିଛି ମୃତଦେହ ।
ସୂଚନା ଯେ, ସୋମବାର ସକାଳ ସମୟରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ବ୍ୟକ୍ତି ଜଣଙ୍କ ଫୁଲ ପ୍ୟାଣ୍ଟ ଏବଂ ଟି-ସାର୍ଟ ପିନ୍ଧି ଥିଲା ବେଳେ ମୁହଁ ମାଡି ପଡିଥିବା ଦେଖିବାକୁ ମିଳିଛି । ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା ବେଳେ ତଦନ୍ତ ପରେ ଗୁମର ଫିଟିବ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ କିଏ ଓ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।
