୨ ବାଘ ଛାଲ ଜବତ, ଜଣେ ଗିରଫ
ଭୁବନେଶ୍ୱର : ଏସଟିଏଫ ପଞ୍ଝାରେ ପୁଣି ବାଘଛାଲ ବେପାରୀ। ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ୨ଟି କଲରାପତରିଆ ବାଘ ଛାଲ ଜବତ ସହ ଜଣେ ଗିରଫ ।
ବୌଦ୍ଧ ମନମୁଣ୍ଡା ଫରେଷ୍ଟ ରେଞ୍ଜ୍ କପାସିରା ଗାଁରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଏନେଇ ଏସଟିଏଫ ଗୁଇନ୍ଦା ସୂଚନା ପାଇଥିଲା। ପରେ ଚଢାଉ କରିଥିଲା ଏସଟିଏଫ । ତେବେ ଏହି ଚଢାଉରେ କଲରାପତରିଆ ବାଘ ଛାଲ ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ବୌଦ୍ଧ କଣ୍ଟାମାଳ ଅଞ୍ଚଳର ଜୀବର୍ଦ୍ଧନ ଭୋଇ। ତା ନିକଟରୁ ୨ଟି କଲରା ପତରିଆ ବାଘ ଛାଲ ଜବତ ହୋଇଛି । ସୂଚନା ଯେ, ଗତ ବର୍ଷେ ମଧ୍ୟରେ ଏସଟିଏଫ ୧୮ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୩୬ ଜଣଙ୍କୁ ଗିରଫ ଗଲାଣି ।
