‘ଏମଆର୍ସାମ୍’ର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ, ବଢ଼ିଲା ସେନାର ଶକ୍ତି
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ଏମଆର୍ସାମ୍ର ଦୁଇଟି ରାଉଣ୍ଡ । ବୁଧବାର ପୂର୍ବାହ୍ନ ୧୦ଟା ୧୪ ମିନିଟ୍ରେ ପ୍ରଥମ ରାଉଣ୍ଡ ୩ନଂ ଲଞ୍ଚପ୍ୟାଡ଼ରୁ କରାଯାଇଥିବାବେଳେ, ଦ୍ୱିତୀୟ ରାଉଣ୍ଡ ୧୧ଟା ୦୩ ମିନିଟେର ଉତ୍କ୍ଷେପଣ କରାଯାଇଛି । ଉତ୍କ୍ଷେପଣ ସମୟରେ ସ୍ଥିରୀକୃତ କରାଯାଇଥିବା ସମସ୍ତ ଦିଗ, ଗତି ଓ ଟୋଗର୍ଟ୍କୁ ସଠିକ ଭାବେ ଏହି ମିସାଇଲ ଛୁଇଁଥିବା ଜଣାପଡ଼ିଛି ।
ଏହା ହେଉଛି ଏମଆରସାମ୍ କ୍ଷେପଣାସ୍ତ୍ରର ଭାରତୀୟ ସେନା ସଂସ୍କରଣ । ଲାଇଭ୍ ଫାୟାରିଂ ପରୀକ୍ଷଣର ଅଂଶବିଶେଷ ସ୍ୱରୂପ ଆକାଶ ମାର୍ଗରେ ଦ୍ରୁତବେଗରେ ଗତିଶୀଳ ହେଉଥିବା ଲକ୍ଷ୍ୟକୁ ଭେଦ କରିବା ଲାଗି କ୍ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ଥିବା ଲକ୍ଷ୍ୟକୁ ଠାବ କରିବା ସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା । ଉଭୟ ଦୂରତାରେ କ୍ଷେପଣାସ୍ତ୍ର ସିଧାସଳଖ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ମଧ୍ୟମ ଉଚ୍ଚତା ଏବଂ ଲମ୍ବା ଦୂରତାରେ ଥିବା ଲକ୍ଷ୍ୟ ଭେଦ କରିବା ଲାଗି ପ୍ରଥମ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଅନ୍ୟପଟେ କମ୍ ଉଚ୍ଚତାରେ ଥିବା କମ୍ ଦୂରତାବିଶିଷ୍ଟ ଲକ୍ଷ୍ୟକୁ ଭେଦ କରିବା ଲାଗି ଦ୍ୱିତୀୟ ବାର କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା ।
ଡିଆରଡିଓ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିବା ଏମଆର୍ସାମ୍ କ୍ଷେପଣାସ୍ତ୍ର ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟେଭଦ କରିପାରିବ । ଏହା ବାୟୁମଣ୍ଡଳର ୧୬ କିଲୋମିଟର ଉପେର ଶବ୍ଦର ଗତି ଠାରୁ ୨ ଗୁଣ ଅଧିକ ବେଗେର ଗତି କରିପାରିବ । ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଏମଆର୍ସାମ୍ର ଓଜନ ୨୭୫ କିଲୋଗ୍ରାମ, ଲମ୍ବ ୪.୫ ମିଟର ଓ ମୋଟେଇ ୦.୨୨୫ ମିଟର । ଏଥିରେ ସ୍ୱଦେଶୀ ଜ୍ଞାନେକøଶଳରେ ନିର୍ମିତ ସଲିଡ଼ ପ୍ରେପାଲାଣ୍ଟ ରେକଟ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ପରୀକ୍ଷା ପାଇଁ ସ୍ଥାନୀୟ ଖଡୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ଡୁରାପାହି, ଜୟେଦବକସବାପାହି ଓ ସାହାଜାନଗରପାହିର ମୋଟ ୭ହଜାର ଲୋକଙ୍କୁ ଖଡୁପାହି ସ୍କୁଲ, ତୁଣ୍ଡୁରା ଓ ଜୟେଦବକସବାପାହି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତ ୨୭ ତାରିଖେର ଏମଆର୍ସାମ୍ କ୍ଷେପଣାସ୍ତ୍ରକୁ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା । ୩ନଂ ଲଞ୍ଚପ୍ୟାଡ଼ରୁ ଏହା ପରୀକ୍ଷଣ ହୋଇଥିଲା । ସଫଳ ଉତ୍କ୍ଷେପଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଥିଲା ।
In the next slew of flight trials two MRSAM missiles successfully flight tested today, proving the systems effectiveness & reliability in complete envelope.@PMOIndia @DefenceMinIndia @SpokespersonMoD @adgpi https://t.co/3rNGMQQvzY pic.twitter.com/OzRdcPcu96
— DRDO (@DRDO_India) March 30, 2022
ଏହି ଏମ୍ଆର୍ସାମ୍ ସଂସ୍କରଣର କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରିବ । ଏହାକୁ ଡିଆରଡିଓ ଏବଂ ଇସ୍ରାଏଲର ‘ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍’ (ଆଇଏଆଇ) ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି । ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି । ଏମଆରସାମ ସେନା ଅସ୍ତ୍ର ପ୍ରଣାଳୀରେ ବହୁମୁଖୀ କାର୍ଯ୍ୟକ୍ଷମତା ବିଶିଷ୍ଟ ରାଡାର, ମୋବାଇଲ୍ ଉତ୍କ୍ଷେପଣ ପ୍ରଣାଳୀ ଏବଂ ଅନ୍ୟାନ୍ୟ ବାହନ ସଂଯୋଗ ହୋଇଛି । ଡେଲିଭରେବଲ କନଫିଗୁରେସନ ବା ନିକ୍ଷେପ ଯୋଗ୍ୟ ଅସ୍ତ୍ର ପ୍ରଣାଳୀ ସହିତ ଏହି ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଚାନ୍ଦିପୁର ଆଇଟିଆର ପକ୍ଷରୁ ନିୟୋଜିତ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରୀ ଭଳି ଦୂରତା ମାପନ ଉପକରଣ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରର ଅସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା । ପରୀକ୍ଷଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
‘ଏମଆର୍ସାମ୍-ଆର୍ମି’ ଅସ୍ତ୍ର ପ୍ରଣାଳୀର ସଫଳ ଫ୍ଲାଇଟ୍ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ସେନା ଏବଂ ପ୍ରତିରକ୍ଷା ଉଦ୍ୟୋଗ ଜଗତକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଦୁଇଟି ପରୀକ୍ଷଣ ସଫଳ ହେବା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିବାରେ ଅସ୍ତ୍ର ପ୍ରଣାଳୀର କ୍ଷମତା ପ୍ରମାଣିତ ହୋଇଛି । ସେହିପରି ଏମଆର୍ସାମ୍ ସେନାବାହିନୀ ସଂସ୍କରଣ ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ ସଫଳ ହୋଇଥିବାରୁ ଏଥିରେ ସମ୍ପୃକ୍ତ ରହିଥିବା ବିଶେଷଜ୍ଞମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଦିଗରେ ଏସବୁ ପରୀକ୍ଷଣର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
