ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ
ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାରେ ଏନ୍କାଉଂଟର । ମାଓବାଦୀଙ୍କ ଗୁଳିରେ ୨ଜଣ ଡିଆଇଜି ଯବାନ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।
ସୂଚନା ଯେ, ସୁକୁମା ଜିଲା କେର୍ଲାପାଲ ଥାନା ଅନ୍ତର୍ଗତ ଚିଚୋରଗୁଡା ଜଙ୍ଗଲରେ ଜବାନ ମାନେ କୁମ୍ବିଂ ଅପରେସନ କରୁଥିଲେ । ଠିକ ଏହି ସମୟରେ ମାଓବାଦୀ ମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିଚାଳନା ଚାଲିଥିଲା । ତେବେ ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇ ଜବାନଙ୍କୁ ସୁକୁମା ଜିଲ୍ଲା ହସ୍ପିଟାଲ୍ରେ ଭର୍ତି କରାଯାଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
