ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଶ୍ରୀ ମିଶ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ଏଥିରେ ୫ଜଣ ଡିଏସ୍ପି ଓ ୧୧ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।


ସୂଚନା ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ରେଡ୍ ହୋଇଛି । ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ସମେତ ଏକକାଳୀନ ୬ଟିସ୍ଥାନରେ ରେଡ୍ ଚାଲିଛି । ତେବେ ରେଡ୍ ହୋଇଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ବରସ୍ଥିତ ଆର ଆଣ୍ଡ ବି ଡିଭିଜନ୍- ଆଇଭି ସ୍ଥିତ ଅଫିସ, ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟ, ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ଥିବା ତିନି ମହଲା ଘର, ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନି ମହଲା ବିଶିଷ୍ଟ ପ୍ଲଟ୍, ଢେଙ୍କାନାଳ ସଦର ଏଳସୁଆ ମଉଜା ସ୍ଥିତ ବିଲ୍ଡିଂ, ଅନୁଗୁଳ ଜିଲ୍ଲା କଣିହା ସ୍ଥିତ ପୈତୃକ ଘରେ ରହିଛି । ତେବେ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
